ଭୋଟଦାନ କେନ୍ଦ୍ର ଯେଉଁଠି ଟିକା ମିଳିବ ସେଇଠି: କେଜ୍ରିୱାଲ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ରାଜ୍ୟରେ ଟୀକାକରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏଣିକି ବୟସ୍କ ଲୋକଙ୍କୁ ଟୀକାକରଣ ପାଇଁ କେନ୍ଦ୍ରକୁ ଯିବା ପାଇଁ ପଡ଼ିବନି । ଏନେଇ ରାଜ୍ୟ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଘରକୁ ଘର ଯାଇ ସର୍ଭେ ଆରମ୍ଭ କରିଛନ୍ତି। ସବୁଠାରୁ ରଚୋକ କଥାଟି ହେଉଛି ରାଜଧାନୀ ଦିଲ୍ଲୀରେ ୪୫ ବର୍ଷରୁ ଅଧିକ ପାଖାପାଖି ୫୭ ଲକ୍ଷ ଲୋକ ଅଛନ୍ତି । ଅନ୍ୟପଟେ ୨୭ ଲକ୍ଷ ଲୋକ ପ୍ରଥମ ଡୋଜ୍ ନେଇଥିବାର ସୂଚନା ମିଳିଛି । ତେଣୁ ଦିଲ୍ଲୀ ସରକାର ସମସ୍ତଙ୍କର ଘରକୁ ଘର ଯାଇ ସ୍ଲଟ୍ ବଣ୍ଟନ କରିବା ସହ ଟୀକାକରଣ କରିବେ ବୋଲି କେଜ୍ରିୱାଲ କହିଛନ୍ତି । ଏହା ସହ ଏ ସଂପୂର୍ଣ୍ଣ ପ୍ରକ୍ରିୟା ଚାରି ସପ୍ତାହ ମଧ୍ୟରେ ସମାପ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ତେବେ ଟୀକାକରଣ ପାଇଁ ୪୫ ବର୍ଷରୁ ଅଧିକ ଲୋକମାନେ କେନ୍ଦ୍ରକୁ ଖୁବ୍ କମ୍ ଆସୁଥିବା ବେଳେ ସରକାରଙ୍କ ଏପରି ନିଷ୍ପତ୍ତି ମହାମାରୀ ସହ ଲଢ଼େଇ କରିବାକୁ ସହାୟକ ହେବ। ଲୋକମାନଙ୍କର ଟୀକାକରଣ କେନ୍ଦ୍ରକୁ ଖୁବ କମ୍ ଆସୁଥିବାର ଦୃଷ୍ଟିରେ ରଖି ରାଜ୍ୟସରକାର ଟୀକାକରଣ ପାଇଁ ସେମାନଙ୍କ ନିକଟକୁ ଯିବେ ବୋଲି କେଜ୍ରିୱାଲ୍ ସ୍ପଷ୍ଟ କରିଛନ୍ତି । ଏହି ଅଭିଯାନ ଅଧୀନରେ ଆମେ ପ୍ରତ୍ୟେକ ଘରର ଦ୍ୱାରକୁ ଦ୍ଵାର ଯାଇ କହିବୁ ଯେ ତୁମେ ଯେଉଁଠି ଭୋଟ୍ ଦେବାକୁ ଯାଅ, ତୁମେ ସେଠାକୁ ଯାଅ । ସେଠାରେ ତୁମର ଟିକାକରଣ ପାଇଁ ଆମେ ବ୍ୟବସ୍ଥା କରିଛୁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି । ଅପରିପକ୍ଷେ ଦିଲ୍ଲୀରେ ପାଖାପାଖି 280 ୱାର୍ଡ ରହିଛି । ତେବେ ପ୍ରତି ସପ୍ତାହରେ 70 ଟି ୱାର୍ଡରେ ଟୀକାକରଣ କରାଯିବ ବୋଲି ଶ୍ରୀ କେଜ୍ରିୱାଲ ଘୋଷଣା କରିଛନ୍ତି।

Related Posts