ଭାଇର ହତ୍ୟାକାଣ୍ଡ ମାମଲାରେ ଅଭିନେତ୍ରୀ ଗିରଫ

sanya katwe

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ନିଜ ଭାଇକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି କନ୍ନଡ ଅଭିନେତ୍ରୀ ଶାନୟା କାଟୱେ । ଶାନୟା ଅତି ନିର୍ମମ ଭାବରେ ନିଜର ୩୨ ବର୍ଷୀୟ ଭାଇକୁ କିଛି ପୁରୁଷ ବନ୍ଧୁମାନଙ୍କ ସହ ମିଶି ହତ୍ୟା କରିଥିଲେ । ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ । ତେବେ ନୟାଜାହେମଦ କାଟିଗରଙ୍କ ସହ ଅଭିନେତ୍ରୀ ଶାନୟା କାଟୱେଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏ କଥା ଶାନୟାଙ୍କ ଭାଇ ରାକେଶ କାଟୱେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ । ବାସ ଏହାପରେ ଉଭୟ ମିଶି ରାକେଶକୁ ମାରିବାର ଯୋଜନା କରିଥିଲେ । ରାକେଶକୁ ମାରିବା ପରେ ତା’ର ଶରୀରକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ । ଦେବରଗୁଡିହଲ ଜଙ୍ଗଲ ଅଞ୍ଚଳରେ ମୃତଦେହର କଟା ମୁଣ୍ଡ ଫିଙ୍ଗା ଯାଇଥିଲା । ସେହିପରି ଗାଦାଗ ରୋଡ ଏବଂ ହବବାଲିର ବିଭିନ୍ନ ଅଂଶରେ ଅବଶିଷ୍ଟ ଦେହାବଶେଷକୁ ଫିଙ୍ଗି ଦେଇଥିଲେ । ଅନ୍ୟପଟେ ଶାନୟା କାଟୱେଙ୍କୁ ହବବାଲି ଗ୍ରାମୀଣ ପୁଲିସ ଗିରଫ କରିଛି । ଏହା ସହ ଘଟଣାର ତଦନ୍ତ ପାଇଁ ଅଧିକାରୀମାନେ କିଛି ଦଳ ଗଠନ କରିଥିଲେ । ଯାହା ପରେ ହତ୍ୟାଘଟଣାର ସଦିଗ୍ଧ ନୟାଜାହେମଦ କଟିଗର, ତୁସିଫ ଚାନ୍ନାପୁର, ଆଲଟାଫ ମୁଲ୍ଲା ଏବଂ ଅମାନ ଜିରନିୱାଲେଙ୍କୁ ଗିରଫ କରାଯାଇଥିଲା ।

Related Posts