ପଦ୍ମପୁର ଆସନ ଖାଲି ଥିବା ନେଇ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ କରାଗଲା ଅବଗତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏହି ଅସନଟି ଖାଲି ପଡ଼ିଛି । ଏସମ୍ପର୍କରେ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ବିଧାନସଭା ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ସୂଚନା ଅନୁଯାୟୀ, ୩ଦିନ ତଳେ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ହୋଇଥିଲା ।

ଶ୍ରୀ ବରିହା ୬୫ବର୍ଷ ବୟସରେ ଆଖି ବୁଜିଥିଲେ। ବିଜୟ ଅସୁସ୍ଥତା କାରଣରୁ କିଛିଦିନ ହେଲା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ । ଏହାପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଜୟ ପଦ୍ମପୁର ଆସନରୁ ୫ଥର ବିଧାୟକ ହୋଇଥିଲେ । ୧୯୯୦ ରୁ ୨୦୦୦ ମସିହା ଯାଏ ସେ ଜନତା ଦଳରୁ ବିଧାୟକ ହୋଇଥିଲେ । ଏହାପରେ ୨୦୦୦-୨୦୦୪, ୨୦୦୯-୨୦୦୧୪ ଓ ୨୦୧୯ରୁ ଏବେ ପର୍ଯ୍ୟନ୍ତ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାୟକ ଥିଲେ । ପଶ୍ଚିମ ଓଡ଼ିଶାରେ ସେ ବିଜେଡିର ଜଣେ ଟାଣୁଆ ନେତା ଥିଲେ । ୨୦୦୯ ମସିହାରେ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ।

Related Posts