୨୦୨୨ ବର୍ଷ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ ଫ୍ରାନ୍ସର ଲେଖିକା ଆନି ଏର୍ନକ୍ସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୨ ବର୍ଷ ପାଇଁ ଫ୍ରାନ୍ସର ଲେଖିକା ଆନି ଏର୍ନକ୍ସଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯିବ । ଏ ସଂପର୍କରେ ଆଜି ନୋ ସ୍ବିଡିସ ଏକାଡେମୀ ବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି ।ସ୍ବିଡିସ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ନୋବେଲ ପୁରସ୍କାରର ବିଭିନ୍ନ ବର୍ଗ ମଧ୍ୟରେ ସାହିତ୍ୟ ପୁରସ୍କାରଟି ଅନ୍ୟତମ ଲୋକପ୍ରିୟ ପୁରସ୍କାର ଭାବେ ପରିଗଣିତ ହୋଇଥାଏ ।

ସୂଚନାଯୋଗ୍ୟ ଯେ, ୧୯୦୧ ମସିହାରୁ ୨୦୨୧ ମଧ୍ୟରେ ମୋଟ ୧୧୮ ଜଣ ସାହିତ୍ୟରେ ନୋବେଲ ପୁରସ୍କାର ଜିତିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ମହିଳା ଅଛନ୍ତି ।୨୦୨୧ରେ ତାଞ୍ଜାନିଆର ଲେଖକ ଅବଦୁଲରଜାକ୍ ଗୁର୍ନାଙ୍କୁ ନୋବେଲ ସାହିତ୍ୟ ପୁରସ୍କାର ମିଳିଥିଲା ।

Related Posts