(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ନିଯୁକ୍ତ ହୋଇଥିବା କର୍ମଚାରୀ ମାନଙ୍କ ମଧ୍ୟରୁ ଅନେକଙ୍କର କରୋନାରେ ମୃତ୍ୟୁ ଘଟିଛି । ମୃତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର (ୟୁପି ସରକାର) ଘୋଷଣା କରିଥିବା ଅନୁକମ୍ପା ମୂଳକ ସହାୟତା ରାଶି ବହୁତ କମ୍ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ମୃତ କର୍ମଚାରୀଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ଏକ କୋଟି ଟଙ୍କା କ୍ଷତିପୂରଣ ରାଶି ଦେବାକୁ କୋର୍ଟ ରାଜ୍ୟ ନିର୍ବାଚନ ଆୟୋଗ ଏବଂ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନଙ୍କୁ କୋର୍ଟ କହିଛନ୍ତି ଯେ ଶିକ୍ଷକ, ଓ କର୍ମଚାରୀ ମାନଙ୍କୁ ତାଙ୍କ ଅନିଚ୍ଛା ସତ୍ତ୍ଵେ ନିର୍ବାଚନ କାର୍ଯ୍ୟରେ ବାଧ୍ୟତାମୂଳକ ଭାବେ ନିୟୋଜିତ କରାଯାଇଥିଲା, ଯାହାଦ୍ୱାରା ଅନେକଙ୍କ ମୃତ୍ୟୁ ଘଟିଥିଲା।
ତେବେ ସେମାନଙ୍କୁ ଦିଆଯାଇଥିବା କ୍ଷତିପୂରଣ ଯଥେଷ୍ଟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ଏହାପୂର୍ବରୁ ୟୁପି ସରକାର ହାଇକୋର୍ଟଙ୍କୁ କହିଥିଲେ ଯେ ମୃତ କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କୁ 35 ଲକ୍ଷ ଟଙ୍କା ଦିଆଯିବ। ଏହି ପରିମାଣ ବହୁତ କମ୍ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଏହା ଅତିକମରେ ଏକ କୋଟି ହେବା ଉଚିତ୍ ବୋଲି କୋର୍ଟ ୟୁପି ସରକାରଙ୍କୁ କହିଛନ୍ତି । ସିଦ୍ଧାର୍ଥ ବର୍ମା ଏବଂ ଅଜିତ୍ କୁମାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି, ପରିବାରର ଜୀବିକା ନିର୍ବାହ କରୁଥିବା କୋର୍ଟ କହିଛନ୍ତି ଯେ, ‘ଆମେ ଆଶା କରୁଛୁ କ୍ଷତିପୂରଣ ରାଶି ଉପରେ ରାଜ୍ୟ ନିର୍ବାଚନ ଆୟୋଗ ଏବଂ ସରକାର ପୁନର୍ବିଚାର କରିବେ।”