ବରଂ ଜୀବନ ଯାଉ କିନ୍ତୁ କେଜ୍ରିୱାଲ ସରକାର କୀଳା ନେଉ ; ଦିଲ୍ଲୀକୁ ଟୀକା ସପ୍ଲାଏ ବନ୍ଦ ନେଇ ସିସୋଦିଆଙ୍କ ଖୁଲାସା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସାରା ଦେଶରେ ଟିକାକରଣ କରିବାକୁ କେନ୍ଦ୍ର ସରକାର ଟିକା ଉତ୍ସବ ଆରମ୍ଭ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ମେ ପହିଲାରୁ ଅନୁମତି ମଧ୍ୟ ଦେଇଦେଲେ। କିନ୍ତୁ ବିଭିନ୍ନ ଟିକାକରଣ କେନ୍ଦ୍ରରେ ଟିକାର ଅଭାବ ଏବେ ଦର୍ଶାଇଛି ଟିକା ଉତ୍ସବ ଏକ ପ୍ରହସନ ଥିଲା । ଆଜି ଭାରତ ବାୟୋଟେକ ଦିଲ୍ଲୀକୁ କୋଭାକ୍ସିନ ଦେଇପାରିବ ନାହିଁ ବୋଲି କହିଥିବା ବେଳେ ଏବେ କୋଭିଶିଲ୍ଡ ଭରସା । ଏପଟେ ଆଜି କୋଭିଶିଲ୍ଡ ଟିକା ପ୍ରାୟତଃ ଶେଷ ହେବାକୁ ଯାଉଛି। ୧୮-୪୫ ବର୍ଷ ବୟସର ଲୋକଙ୍କ ପାଇଁ କୋଭାକ୍ସିନ୍ ଟିକା ନଥିବାରୁ ଦିଲ୍ଲୀର ୧୭ ଟି ବିଦ୍ୟାଳୟର ୧୦୦ଟି ଟିକାକରଣ କେନ୍ଦ୍ରରେ ଟିକା ଦାନ ବନ୍ଦ ରହିବ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ କହିଛନ୍ତି ଯେ, “ ଦିଲ୍ଲୀ ସହରର ପ୍ରତ୍ୟେକ ସାବାଳକଙ୍କୁ ଟିକା ଦେବା ପାଇଁ ସରକାର 13.4 ନିୟୁତ ଡୋଜ୍ କୋଭିଡ୍ -19 ଟିକା ମାଗିଥିଲେ। ଏଥିମଧ୍ୟରୁ ଆମେ ଭାରତ ବାୟୋଟେକରୁ କୋଭାକ୍ସିନ ଏବଂ କୋଭିଶିଲ୍ଡ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରତ୍ୟେକଙ୍କ ଠାରୁ 6.7 ମିଲିୟନ୍ ଡୋଜ ଅର୍ଡର ଦେଇଥିଲୁ। ଗତକାଲି (ମଇ 11), କୋଭାକ୍ସିନ୍ ନିର୍ମାତା ଆମକୁ ଏକ ଚିଠି ପଠାଇଛନ୍ତି ଯେ , କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କମ୍ପାନୀ ଅନେକ ଟିକା ଅର୍ଡ଼ର ଗ୍ରହଣ କରିସାରିଛି। ଏବେ ଆଉ ଅର୍ଡର ଗ୍ରହଣ କରିପାରିବୁ ନାହିଁ। ଶିଶୋଦିଆ ଦେଖାଇଥିବା ଏହି ଚିଠି କୁ ଭାରତ ବାୟୋଟେକର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡ କ୍ରିଷ୍ଣା ଏଲା ଦିଲ୍ଲୀର ମୁଖ୍ୟ ସଚିବ (ସ୍ୱାସ୍ଥ୍ୟ) ଙ୍କ ନିକଟକୁ ପଠାଇଛନ୍ତି । ମେ ୭ ତାରିଖରେ ଦିଲ୍ଲୀ ସରକାର କମ୍ପାନୀକୁ ଲେଖିଥିବା ଚିଠିର ଉତ୍ତରରେ ଏହା ଦିଆଯାଇଛି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଦେଶର ଟିକା କ୍ରୟ ନୀତିର ଉଦାରୀକରଣ ଏବଂ ବିକେନ୍ଦ୍ରୀକରଣ ପରେ ମଧ୍ୟ ରାଜ୍ୟକୁ ଟିକା ଯୋଗାଣ ନେଇ ଟିକା କମ୍ପାନୀ ଗୁଡିକୁ ନିୟନ୍ତ୍ରଣ କରିଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, “ଭରତ ବାୟୋଟେକ୍ ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ କେଉଁ ରାଜ୍ୟ ଟିକା କେତେ ଷ୍ଟକ୍ ପାଇବେ ତାହା କେନ୍ଦ୍ର ସରକାର ସ୍ଥିର କରୁଛନ୍ତି।   ଉତ୍ପାଦନକାରୀଙ୍କଠାରୁ ସିଧାସଳଖ ଟିକା କିଣିବା ପାଇଁ ଏହା ହେଉଛି ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପାଇଁ ଗୋଟିଏ ନୀତି।  ତେବେ ରାଜ୍ୟ ସରକାର ଉତ୍ପାଦନକାରୀଙ୍କଠାରୁ ସିଧାସଳଖ କିଣୁଥିବା ବେଳେ ଷ୍ଟକଗୁଡିକୁ କେନ୍ଦ୍ର ସରକାର କାହିଁକି ନିୟନ୍ତ୍ରଣ କରୁଛନ୍ତି?  ଟିକା ରପ୍ତାନି ଠାରୁ ଆରମ୍ଭ କରି ରାଜ୍ୟକୁ ଯୋଗାଣ ନିୟନ୍ତ୍ରଣ ପର୍ଯ୍ୟନ୍ତ କେନ୍ଦ୍ର ସବୁକିଛି ନିୟନ୍ତ୍ରଣ କରୁଛି।” ସେ କହିଛନ୍ତି ଯେ ଯଦି କେନ୍ଦ୍ର 65 ନିୟୁତ ଡୋଜ ଟିକା ରପ୍ତାନି କରିନଥାନ୍ତା, ତେବେ ମୁମ୍ବାଇ ଏବଂ ଦିଲ୍ଲୀର ସମସ୍ତ ଜନସଂଖ୍ୟାକୁ ଉଭୟ ଡୋଜ ଟିକା ଦିଆଯାଇ ପାରିଥାନ୍ତା। ଶିଶୋଦିଆ କେନ୍ଦ୍ର ସରକାରଙ୍କ ନିକଟରେ ଚାରୋଟି ଦାବି ରଖିଛନ୍ତି : 

୧- କୋଭିଡ -19 ଟିକା ରପ୍ତାନିକୁ ସାମୟିକ ଭାବେ ସ୍ଥଗିତ ରଖିବା

୨- ଟିକା ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଅଧିକ ଫାର୍ମା କମ୍ପାନୀକୁ ଅନୁମତି ଦେବା 

୩- ଟିକା କ୍ରୟ ପାଇଁ ଏକ ଗ୍ଲୋବାଲ୍ ଟେଣ୍ଡର ଜାରି କରନ୍ତୁ ଏବଂ ଏହାକୁ ରାଜ୍ୟମାନଙ୍କୁ ଦିଅନ୍ତୁ। 

୪- ତିନି ମାସ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଇନକ୍ୟୁଲେଟ୍ କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେବା ।

Related Posts