ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠାରୁ ଘଟଗାଁ ମା ତାରିଣୀଙ୍କର ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ । ତେବେ ଚଇତି ପର୍ବରେ ଆଜିଠାରୁ ୭ଦିନ ଧରି ପ୍ରକମ୍ପିତ ହେବ ଘଟଗାଁ ମାତାରିଣୀଙ୍କ ପୀଠ । ଆଜିଠାରୁ ୧୫ ତାରିଖ ଯାଏ ଅନୁଷ୍ଠିତ ହେବ ମା ତାରିଣୀଙ୍କର ୯୦ତମ ଚଇତି ପର୍ବ । ଚଇତି ପର୍ବରେ ମା, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ପ୍ରତିଦିନ ମନ୍ଦିର ଭିତରେ ଭାଗବତ ପାଠ, ଚଣ୍ଡୀପାଠ ହେବା ସହ, ସାଂସ୍କୃତିକ ମଣ୍ଡପରେ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ । ଚଇତି ପର୍ବର ୬ଷ୍ଠ ଦିନ, ଆସନ୍ତା ୧୪ ତାରିଖ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷରେ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ ।