ମୌସୁମି ଅଧିବେଶନର ଅନ୍ତିମ ପର୍ଯ୍ୟାୟ , ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କଲେ ଟିଏମସି ସାଂସଦ – “ମିଷ୍ଟର ମୋଦୀ, ଆସନ୍ତୁ ଆମ କଥା ଶୁଣନ୍ତୁ… “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସଂସଦର ମୌସୁମି ଅଧିବେଶନ ଅନ୍ତିମ ପର୍ଯ୍ୟାୟରେ। ଚଳିତ ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଅଛି। ଏହି ଅଧିବେଶନରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପେଗାସସ୍ ଜାସୁସି ମାମଲା ଏବଂ କୃଷି ଆଇନ ପ୍ରସଙ୍ଗରେ ଜୋରଦାର ହଙ୍ଗାମା ହୋଇଛି। ବର୍ତ୍ତମାନ ସୁଦ୍ଧା ଗୃହକାର୍ଯ୍ୟ ସ୍ବାଭାବିକ ହୋଇ ପାରି ନାହିଁ।

ଉଭୟ ସରକାର ଏବଂ ବିରୋଧୀ ଗୃହ କାର୍ଯ୍ୟ ଅଚଳ ହେବାକୁ ନେଇ ପରସ୍ପରକୁ ଦାୟୀ କରିଛନ୍ତି। ଏପଟେ ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାଏନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଦନର ଗୃହ କାର୍ଯ୍ୟରେ ଭାଗ ନେବାକୁ ଅପିଲ୍ କରିଛନ୍ତି। 

ସେ ଟ୍ବିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକୁ ଆସନ୍ତୁ ଏବଂ ଆମ କଥା ଶୁଣନ୍ତୁ ବୋଲି ସେ କହିଛନ୍ତି। ଉଲ୍ଲେଖନୀୟ ପେଗାସସ ସ୍ପାଇଓ୍ଵେର ବିବାଦକୁ ନେଇ ଲୋକସଭା ଓ ରାଜ୍ୟସଭାରେ ଗତିରୋଧ ସ୍ଥିତି ଜାରି ରହିଛି। ଓ ବ୍ରାଏନ ସଂସଦରେ ବିଭିନ୍ନ ବିରୋଧୀ ଦଳକୁ ଧୋକା ଦେବାର ତିନି ମିନିଟର ଭିଡିଓ ଟ୍ଵିଟ୍ କରିଛନ୍ତି। ଏହାର ଶୀର୍ଷକରେ ସେ ଲେଖିଛନ୍ତି ,” ମିଷ୍ଟର ମୋଦୀ, ଆସନ୍ତୁ ଆମର କଥା ଶୁଣନ୍ତୁ।”

 ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ମୌସୁମୀ ଅଧିବେଶନର ଉଦଘାଟନ ଭାଷଣ ଓ ନୂତନ ମନ୍ତ୍ରୀଙ୍କ ପରିଚୟ କରାଇବା ପାଇଁ ଥରୁଟିଏ ସଂସଦରେ ଉପସ୍ଥିତ ଥିଲେ। କିନ୍ତୁ ସେହିଦିନ ପ୍ରବଳ  ହଟ୍ଟଗୋଳ କାରଣରୁ ଗୃହ ଅଚଳ ହୋଇ ପଡିଥିଲା। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। 

ଆନ୍ତର୍ଜାତୀୟ ଗଣମାଧ୍ୟମ ସମୂହ ଏକ ରିପୋର୍ଟରେ ଖୁଲାସା କରି ଥିଲେ ଯେ ଦ୍ଵାରା ଅନେକ ଦେଶରେ ପେଗାସସ୍ ସ୍ପାଇଓ୍ଵେରର ଅବୈଧ ଉପଯୋଗ କରି ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ୍ ଟ୍ୟାପିଂ କରାଯାଇଛି। ଜୁଲାଇ ୧୯ରେ ମୌସୁମି ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଉଭୟ ଗୃହରେ ଅଚଳାବସ୍ଥା ଏବେ ମଧ୍ୟ ଜାରି ରହିଛି। 

ଅଭିଯୋଗ  ହୋଇଛି ଯେ, ସ୍ପାଇଓ୍ଵେରର ମାଧ୍ୟମରେ ରାଜନୈତିକ ଦଳର ନେତା, ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, ଅଦାଲତର ଅଧିକାରୀ, ଜଣେ ପୂର୍ବତନ ନିର୍ବାଚନ ଆୟୋଗ ଓ ସାମାଜିକ ଆକ୍ଟିଭିଷ୍ଟଙ୍କ ବିରୋଧରେ ବ୍ୟବହାର କରାଯାଇଛି। ରିପୋର୍ଟରେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏହି ତାଲିକାରେ ଭାରତର ପ୍ରାୟ ୩୦୦ ନମ୍ବର ରହିଛି। ହେଲେ ସରକାର ଏହାକୁ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି।

ଏହାକୁ ନେଇ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, “ଆମେ ଗତ ୧୪ ଦିନ ଧରି ଆଲୋଚନା କରିବାକୁ ଦାବି କରିଛୁ। ସରକାର ଏଥିପାଇଁ ଅନୁମତି ଦେଉ ନାହାଁନ୍ତି। ଯଦି ଆପଣଙ୍କର ସାହାସ ଅଛି ତେବେ ଜାସୁସି ମାମଲାରେ ବିରୋଧୀଙ୍କ ସହ ଆଲୋଚନା କରନ୍ତୁ।” 

ଏନସିପି ନେତା ବନ୍ଦନା ଚୌହାନ କହିଛନ୍ତି, “ଏହି ସରକାର ଅକାରଣରେ ଲୋକଙ୍କ ଉପରେ ଗୁଇନ୍ଦାଗିରି କରୁଛନ୍ତି, ପେଗାସସ୍ ଜରିଆରେ ଲୋକମାନଙ୍କ କଥା ଶୁଣୁଛନ୍ତି। ଏହା ଲଜ୍ଜାଜନକ ବିଷୟ।”  

ଆରଜେଡି ନେତା ମନୋଜ ଝା କହିଛନ୍ତି, ‘ପେଗାସସ୍ ଏବେ ସମସ୍ତଙ୍କ ଘରେ ପହଞ୍ଚିଛି।  ଆମକୁ ଏ ବିଷୟରେ ଆଲୋଚନା କରିବାକୁ ପଡ଼ିବ। ‘ ଆମ୍ ଆଦମୀ ପାର୍ଟିର ସୁଶୀଲ କୁମାର ଗୁପ୍ତା କହିଛନ୍ତି ଯେ ଦିଲ୍ଲୀରେ ଜଣେ ଦଳିତ ଝିଅକୁ ବଳାତ୍କାର କରାଯାଇ ପୋଡି ଦିଆଯାଇଛି, କିନ୍ତୁ ସରକାର ଏ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ନାହାଁନ୍ତି। 

ଚାଷୀ ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ  ସାସଂଦ ଦୀପନ୍ଦର ସିଂ ହୁଡା କହିଛନ୍ତି ଯେ ଯଦି ତାଙ୍କର ମାଇକ୍ରୋଫୋନ୍ ବନ୍ଦ ନହୁଏ ତେବେ ସେ ଚାଷୀଙ୍କ ପ୍ରସଙ୍ଗରେ କହିବେ।  

ଅନ୍ୟପକ୍ଷରେ ସିପିଏମ୍ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।  ଟିଏମସି ସାସଂଦ ଶୁଖେନ୍ଦୁ ଶେଖର ରୟ କହିଛନ୍ତି ଯେ ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ରହିବା ଉଚିତ୍। ଡିଏମକେ ମଧ୍ୟ ସରକାରଙ୍କ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛି । ବିରୋଧୀ ଦଳ ସରକାରଙ୍କୁ ଏକଛତ୍ରବାଦୀ ଶାସନ ଚଳାଇଥିବା ଅଭିଯୋଗ କରିଛନ୍ତି।

ଏପଟେ ସଂସଦରେ ବାରମ୍ବାର ଅଚଳ ହେଉଥିବା କାରଣରୁ ପ୍ରଧାନମନ୍ତ୍ରୀ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି।   ସଂସଦୀୟ ଦଳ ଏକ ବୈଠକରେ ସେ ବିଜେପି ସାଂସଦମାନଙ୍କୁ କହିଛନ୍ତି, “ଉଭୟ ଗୃହରେ ବିରୋଧୀଙ୍କ କାର୍ଯ୍ୟକଳାପ ଦ୍ୱାରା ସଂସଦ ଅପମାନିତ ହୋଇଛି।  

Related Posts