ଦେଶରେ ପାଦ ଥାପି ସାରିଛି କରୋନାର ଚତୁର୍ଥ ଲହର ! ସର୍ଭେ ରିପାର୍ଟ

ନୂଆଦିଲ୍ଲୀ : ଗତ ଦୁଇ ବର୍ଷ ହେଲା ସମଗ୍ର ଦେଶକୁ କବଳିତ କରି ରଖିଥିବା ମହାମାରୀର ପ୍ରକୋପ କମିଛି | ସଂକ୍ରମଣ ହାର ହ୍ରାସ ପାଇଛି | ବଢୁଥିବା ସଂକ୍ରମଣରେ ବ୍ରେକ ଲାଗିଛି | ତେବେ ଏବି କିନ୍ତୁ ସଂକ୍ରମଣ ପୁଣି ଥରେ ବଢିବାକୁ ଲାଗିଛି | ଏହା ମଧ୍ୟରେ ଅନେକ ରାଜ୍ୟ ମାସ୍କ ପିନ୍ଧିବା ନିୟମକୁ ପୁଣି ଥରେ ବାଧ୍ୟତାମୂଳକ କରିଛନ୍ତି । ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ସର୍ଭେ ରିପାର୍ଟ ସାମ୍ନାକୁ ଆସିଛି।

ସର୍ଭେ ରିପୋର୍ଟ ଅନୁସାରେ ପାଖାପାଖି ୩୪ ପ୍ରତିଶତ ଭାରତୀୟ ସ୍ୱୀକାର କରିଛନ୍ତି ଯେ ଦେଶରେ କରୋନାର ଚତୁର୍ଥ ଲହର ଏପ୍ରିଲ ମାସରୁ ଆରମ୍ଭ ହୋଇଛି। ଏଥିରୁ ସ୍ପଷ୍ଟ ହୋଇଛିଯେ ୩ଜଣରୁ ଜଣେ ଭାରତୀୟ କହିଛନ୍ତି ଯେ ଚତୁର୍ଥ ଲହର ଆସି ସାରିଛି। ବାକି ୬୬ ପ୍ରତିଶତ ଲୋକ କହିଛନ୍ତି ଯେ ଏବେ ଚତୁର୍ଥ ଲହର ଆସିବା ପାଇଁ ସମୟ ଅଛି। ଏହାର ଅର୍ଥ ୩ ଜଣରୁ ୨ ଜଣ ଭାରତୀୟ କହିଛନ୍ତି ଏଥର କରୋନାର ଚତୁର୍ଥ ଲହର ଆସିପାରେ କିମ୍ୱା ନ ଆସିବି ପାରେ। ଆସନ୍ତୁ ଜାଣିବା କରୋନାର ଚତୁର୍ଥ ଲଲହରକୁ ନେଇ ଲୋକ କଣ କହୁଛନ୍ତି ।

କରୋନାର ଚତୁର୍ଥ ଲହରକୁ ନେଇ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଲୋକାଲ ସର୍କିଲ ଦ୍ୱାରା ଏହି ସର୍ଭେ କରା ଯାଇଥିଲା। ଏହି ସର୍ଭେ ଅଧୀନରେ ଦେଶର ୩୪୧ଟି ଜିଲ୍ଲାର ମୋଟ ୩୬ ହଜାର ଲୋକଙ୍କ ପ୍ରତିକ୍ରିୟା ନିଆ ଯାଇଥିଲା। ଲୋକାଲ ସର୍କିଲର ସଂସ୍ଥାପକ ସଚିନ ତାପାରିଆ କହିଛନ୍ତି “ଆମ ସର୍ଭେକ୍ଷଣରେ ୩ ଜଣରୁ ଜଣେ ଭାରତୀୟ ସ୍ୱୀକାର କରିଛନ୍ତିଯେ ଏପ୍ରିଲ ମାସରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଛି ଓ ତିନି ଜଣରୁ ଦୁଇ ଭାରତୀୟ ଏପରି ଭାବୁ ନାହାନ୍ତି’’ ।

ଲୋକାଲ ସର୍କିଲ ଦ୍ୱାରା ହୋଇଥିବା ସର୍ଭେରେ ୩୪ ପ୍ରତିଶତ ଭାରତୀୟ ସ୍ୱାକାର କରିଛନ୍ତି ଯେ କରୋନାର ଚତୁର୍ଥ ଲହର ଆସି ସାରିଛି। ପାଖାପାଖି ୧୩ ପ୍ରତିଶତ ଲୋକ କହିଛନ୍ତିଯେ ମେ ରୁ ଜୁନ ମାସ ମଧ୍ୟରେ ଚତୁର୍ଥ ଲହର ଆରମ୍ଭ ହୋଇପାରେ। ସେହିପରି ୭ ପ୍ରତିଶତ ଲୋକ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଓ ୪ ପ୍ରତିଶତ ଲୋକ ସେପ୍ଟେମ୍ୱରୁ ଅକ୍ଟୋବର ମଧ୍ୟରେ ଚତୁର୍ଥ ଲହର ଆସିବ ବୋଲି କହିଛନ୍ତି। ଯେତେବେଳେ ଅନ୍ୟ ୨୯ ପ୍ରତିଶତ ୨୦୨୨ ମସିହାରେ କରୋନାର ଚତୁର୍ଥ ଲହର ଆସିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି। ସେହିପରି ୪ ପ୍ରତିଶତ ଲୋକ କହିଛନ୍ତି ଅତିକମ୍‌ରେ ଆଗାମୀ ୬ ମାସ ମଧ୍ୟରେ କରୋନାର ଚତୁର୍ଥ ଲହର ଆସିବାର ସମ୍ଭାବନା ନାହିଁ।

ସେହିପରି ସର୍ଭେରେ ସାମିଲ ହୋଇଥିବା ୫୫ ପ୍ରତିଶତ ଲୋକ କହିଛନ୍ତି ସେମାନେ ଅଧିକ ଆସ୍ୱସ୍ଥ ଅଛନ୍ତି କାରଣ ଭାରତର ଚିକିତ୍ସା ବିଶେଷଜ୍ଞ ଚତୁର୍ଥ କୋଭିଡ ଲହର ସ୍ଥିତିରେ କୋଭିଡ ପରିସ୍ଥିତିକୁ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ପାଇଁ ସକ୍ଷମ ହେବେ। ଅନ୍ୟ ୨୯ ପ୍ରତିଶତ କହିଛନ୍ତି ସେମାନେ କିଛି ପରିମାଣରେ ଆସ୍ୱସ୍ଥ ଅଛନ୍ତି। ଅନ୍ୟ ୪ ପ୍ରତିଶତ ଲୋକ କହିଛନ୍ତି ଏହାର ସମ୍ଭାବନା ବହୁତ କମ ରହିଛି। ବାକି ଆଉ ଆଠ ପ୍ରତିଶତ ଲୋକ କହିଛନ୍ତି ସେମାନେ ସରକାରଙ୍କ ଉପରେ ଆଦୌ ବିଶ୍ୱାସ କରୁନାହାନ୍ତିଯେ ସେ ଚତୁର୍ଥ ଲହରକୁ ଆୟତ୍ତ କରିପାରିବେ।

Related Posts