ସାଧାରଣଲୋକଙ୍କୁ କରାଯିବନି ଟାର୍ଗେଟ: ୟୁକ୍ରେନ ଓ ରୁଷିଆ ପ୍ରତିନିଧି ମଣ୍ଡଳି ବୈଠକରେ ଉଭୟ ଦେଶର ମଞ୍ଜୁରୀ

ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଆଜିକୁ ୧୦ମ ଦିନରେ ପହଁଚିଥିବା ବେଳେ, ରୁଷ ସେନା ଆକ୍ରୋଶ ମୂଳକ ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରିଚାଲିଛନ୍ତି | ଯାହାର ପରିଣାମ ସରୂପ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି | ଏପରିକି ତାଙ୍କର ମୃତ୍ୟୁ ମଧ୍ୟ ହେଉଥିବା ନଜିର ରହିଛି | ତେବେ ୟୁକ୍ରେନ ପକ୍ଷରୁ ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ରୁଷ ସେନା ଯୁଦ୍ଧ ରୁ ନିବୃତ ହେଉନାହିଁ | ସେପଟେ ସ୍ଥିତି ବିଗୁଡ଼ିଥିବା ବେଳେ, ରୁଷ ସେନାଙ୍କ ଆକ୍ରମଣରେ ୟୁକେତ୍ର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । ଚାରିଆଡେ ଖାଲି ଆତଙ୍କ ହିଁ ଦେଖିବାକୁ ମିଳିଛି ।

ତେବେ ଗୁରୁବାର ବେଲାରୁଷ ସୀମାରେ ଅନୁଷ୍ଠିତ ହୋଇଥିବା ୟୁକ୍ରେନ ଓ ରୁଷିଆ ପ୍ରତିନିଧି ମଣ୍ଡଳିର ବୈଠକରେ ୟୁକ୍ରେନରୁ ସାଧାରଣଲୋକଙ୍କୁ ବାହାରିବା ପାଇଁ ସୁରକ୍ଷୀତ ରାସ୍ତା ଦିଆଯିବାକୁ ଉଭୟ ୟୁକ୍ରେନ ଓ ରୁଷିଆ ମଂଜୁର ହୋଇଛନ୍ତି ।

ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି ୟୁକ୍ରେନର ସ୍ଥିତି । ଏହାରି ଭିତରେ ରୁଷ ଓ ୟୁକ୍ରେନ ଗୋଟିଏ କଥାରେ ମଂଜୁରୀ ପ୍ରଦାନ କରିଦେଇଛନ୍ତି । ଯୁଦ୍ଧ ପରିସ୍ଥିତି ଭିତରେ ୟୁକ୍ରେନରୁ ସାଧାରଣ ଲୋକ ଯେପରି ସୁରକ୍ଷିତ ବାହାରିଯିବେ ସେନେଇ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ସୁରକ୍ଷିତ ଭାବେ ୟୁକ୍ରେନ ଛାଡିବା ପାଇଁ ସାଧାରଣଲୋକଙ୍କ ପାଇଁ ପ୍ରସ୍ତୁତ ହେବ ହ୍ୟୁମାନିଟାରିଆନ କରିଡର । ବା ମାନବତାବାଦୀ ରାସ୍ତା । ଯେଉଁ କରିଡର ଦେଇ ଲୋକେ ସୁରକ୍ଷିତ ଭାବେ ୟୁକ୍ରେନରୁ ବାହାରିପାରିବେ । ଆଉ ଏହି ରାସ୍ତାରେ ଯୁଦ୍ଧ କରାଯିବନାହିଁ ବୋଲି ଉଭୟ ରୁଷିଆ ଓ ୟୁକ୍ରେନ ମଂଜୁରୀ ପ୍ରଦାନ କରିଛନ୍ତି । ୟୁକ୍ରେନ ସରକାରଙ୍କ ମୁଖପାତ୍ର ମାଇଖାଇଲୋ ପୋଡୋଲିଆକ୍ ଟୁଇଟ୍ କରି କହିଛନ୍ତି –

‘ୟୁକ୍ରେନ ଓ ରୁଷିଆ ଭିତରେ ହୋଇଥିବା ଦ୍ୱିତୀୟ ବୈଠକ ଶେଷ ହୋଇଛି । ଦୁର୍ଭାଗ୍ୟବସତଃ ୟୁକ୍ରେନ ଯାହା ଆଶା କରୁଥିଲା ସେଭଳି କୌଣସି ନିଷ୍ପତି ହୋଇ ନାହିଁ । କେବଳ ହ୍ୟୁମାନିଟାରିଆନ କରିଡର ପାଇଁ ନିଷ୍ପତ୍ତି ହୋଇଛି ।’

ଗୁରୁବାର ରୁଷିଆ ଓ ୟୁକ୍ରେନ ପ୍ରତିନିଧି ମଣ୍ଡଳି ଭିତରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି କ୍ୱେଲାରୁଷ- ପୋଲାଣ୍ଡ ସୀମାରେ ଏହି ବୈଠକ ବସିଥିଲା । ରୁଷିଆ ମଧ୍ୟ ସାଧାରଣ ଲୋକଙ୍କୁ ସୁରକ୍ଷିତ ରାସ୍ତା ଦିଆଯିବା ପାଇଁ ମାନବତାବାଦି କରିଡର ପ୍ରଦାନ କରିବାକୁ ରାଜି ହୋଇଥିବା ରୁଷ ପ୍ରତିନିଧି କହିଛନ୍ତି । ଆଉ ଖୁବଶୀଘ୍ର ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି କୁହାଯାଇଛି ।

ରୁଷିଆ ଆକ୍ରମଣରେ ୩୫୦ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ୟୁକ୍ରେନ ରକ୍ଷା ବିଭାଗ କହିଛି ।

Related Posts