୧୦ ଦିନରେ ୟୁକ୍ରେନ୍-ଋଷ ଯୁଦ୍ଧ: ରାଷ୍ଟ୍ରପତି ଭବନ ସାମ୍ନାରେ ଋଷ ସେନାର ରକେଟ୍ ମାଡ

ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଆଜିକୁ ୧୦ମ ଦିନରେ ପହଁଞ୍ଚିଛି | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଥିବା ବେଳେ, ଯାହାର କଡା ଜବାବ ଦେଉଛି ୟୁକ୍ରେନ ସେନା | ଫଳରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଛି | ଆଜି ବି ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷ ପକ୍ଷରୁ ଜୋରଦାର ଆକ୍ରମଣ କରୁଥିବା ବେଳେ, ବିଭିନ୍ନ ସହରକୁ ଟାର୍ଗେଟ୍ କରି ରାକେଟ ମାଡ କରୁଛନ୍ତି | ଏହାରି ମଧ୍ୟରେ ୟୁକ୍ରେନ୍ ରାଜଧାନୀ କିଭରେ ବହୁ ଭିତରକୁ ଋଷ ସେନା ପ୍ରବେଶ କରି ସାରିଲାଣି । ଋଷ ସେନା ପକ୍ଷରୁ ରାଷ୍ଟ୍ରପତି ଭବନକୁ ଟାର୍ଗେଟ୍ କରାଯାଇଛି । ଟାର୍ଗେଟରେ ଋଷ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ସାମ୍ନାରେ ଋଷ ସେନାର ରକେଟ୍ ମାଡ ହୋଇଛି । ଏନେଇ ଜେଲେନସ୍କି ପ୍ରେସ୍ ସେକ୍ରେଟାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେପଟେ ମାରିୟୁପୋଲ ସହର କବ୍ଜା କରିବା ପାଇଁ ଜୋଦାର ଉଦ୍ୟମ ଚଳାଇଛି ଋଷ । ମାରିୟୁପୋଲ ସହରକୁ ଘେରି ଗଲେଣି ଋଷ ସେନା । ସହରର ବିଭିନ୍ନ ସ୍ଥାନରେ ରୁଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଛି ।

ଦଶମ ଦିନରେ ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ଟାର୍ଗେଟ୍ ଫେଲ୍ ମାରିଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର୍ ଜେଲେନସ୍କି ।

ସୂଚନାଯୋଗ୍ୟ, ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଶନିବାର ହେଉଛି ଦଶମ ଦିନ। ଏବେ ବି ଯୁଦ୍ଧ ଜାରି ରହିଛି। ଶୁକ୍ରବାର ୟୁକ୍ରେନର ଜପୋରିଜିୟା ପରମାଣୁ ପ୍ଲାଣ୍ଟକୁ କବଜା କରିନେଇଥିଲା ଋଷ ସେନା। ପରମାଣୁ ପ୍ଲାଣ୍ଟର ଆଡମିନ ବ୍ଲକ ଓ କଣ୍ଟ୍ରୋଲ ବ୍ଲକକୁ ଅକ୍ତିଆର କରିନେଇଥିଲା ଋଷ ସେନା। କିନ୍ତୁ ଗୁଳି ମାଡରେ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ପରେ ନିଆଁକୁ ଆୟତ କରାଯାଇଥିବା ସୂଚନା ମିଳିଛି। ସେପଟେ ଚିର୍ନୀହୀବ ସହରରେ ୨୪ ଘଣ୍ଟା ଧରି ଋଷ ସେନା ଆକାଶ ମାର୍ଗରୁ ଗୁଳି ବର୍ଷଣ ଜାରି ରଖିଛି। ଏଥିରେ ୪୭ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।।

Related Posts