ବିଚାରପତିମାନଙ୍କୁ ବଦନାମ କରିବାର ନୂଆ ଧାରା ସରକାର ଦେଶରେ ଆରମ୍ଭ କରିଛନ୍ତି: ସିଜେଆଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ପ୍ରଧାନ ବିଚାରପତି ଏନ ଭି ରମାନା କେନ୍ଦ୍ର ସରକାରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ବର୍ତ୍ତମାନ ବିଚାରପତିମାନଙ୍କୁ ସରକାର ବଦନାମ କରିବାର ନୂଆ ଧାରା ଦେଶରେ ଆରମ୍ଭ ହୋଇଛି । ଏପରି ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏନ ଭି ରମନା କହିଛନ୍ତି । ସେପଟେ ଜଷ୍ଟିସ୍ କୃଷ୍ଣ ମୁରାରୀ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଦୁଇଟି ସ୍ୱତନ୍ତ୍ର ପିଟିସନର ଶୁଣାଣି କରିଥିଲେ । ସେଥିରୁ ଗୋଟିଏ ହାଇକୋର୍ଟଙ୍କ ରାୟ ବିରୋଧରେ ଛତିଶଗଡ଼ ସରକାରଙ୍କ ପିଟିଶନ । ରାଜ୍ୟର ପୂର୍ବତନ ପ୍ରମୁଖ ସଚିବ ଅମନ କୁମାର ସିଂଙ୍କ ବିରୋଧରେ ଦୁର୍ନିତୀ ନିର୍ବାରଣ ଆଇନରେ ଦାଏର ଏତଲାକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ଏତଲା ଖାରଜର କାରଣ ଅଭିଯୋଗ ଅନୁମାନ ଉପରେ ଆଧାରିତ ଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଡାଭେ କହିଥିଲେ ।

ଅନ୍ୟପଟେ ଏପରି କରି ଅଦାଲତଙ୍କୁ ବଦନାମ କରିବାକୁ ଉଦ୍ୟମ କର ନାହିଁ ବୋଲି ସିଜେଆଇ କହିବା ସହ ସର୍ବୋଚ୍ଚ ଅଦାଲତରେ ମଧ୍ୟ ସେଭଳି ଘଟଣା ସେ ଦେଖୁଥିବା କହିଥିଲେ । ତେବେ ମାମଲାରେ କାହାକୁ ନିନ୍ଦା କରାଯାଇ ନାହିଁ । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏତଲା ଦାଏର ହୋଇଥିବା ଡାଭେ କହିଥିଲେ । କେବଳ ଏତିକି ନୁହେଁ ବରଂ ଜଷ୍ଟିସ୍ କୃଷ୍ଣ ମୁରାରୀ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହା ଏକ ନୂଆ ଧାରା । ସରକାର ବିଚାରପତିଙ୍କୁ ଅପମାନିତ କରିବା ଆରମ୍ଭ କରିଛନ୍ତି। ଏହା ଦୁର୍ଭାଗ୍ୟଜନକ । ଆମେ ମଧ୍ୟ କୋର୍ଟରେ ଦେଖୁଛୁ । ଆଜିକାଲି, ଏହା ଏକ ନୂଆ ଧାରା ପାଲଟିଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts