ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଏଣିକି ସ୍ୱିଗି, ଜୋମାଟୋ ବିରୋଧରେ ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ଯୋଜନା ପ୍ରଣୟନ କରିବେ ସରକାର । ତେବେ ଅନଲାଇନ ଜରିଆରେ ଗ୍ରାହକମାନଙ୍କ ଘରେ ନେଇ ଖାଦ୍ୟ ଯୋଗାଉଥିବା ସ୍ୱିଗି ଓ ଜୋମାଟୋ ପରି ଅନଲାଇନ୍‌ ଖାଦ୍ୟ ବ୍ୟବସାୟ କରୁଥିବା ଅପରେଟରମାନଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ବିଭିନ୍ନ କାରଣକୁ ନେଇ ଗ୍ରାହକ ବା ଉପଭୋକ୍ତାମାନଙ୍କର ଏକାଧିକ ଅଭିଯୋଗ ଶୁଣିବାକୁ ମିଳିଥାଏ। ତେବେ, ସଂପ୍ରତି ଏହି ଅଭିଯୋଗର ମାତ୍ରା ବଢ଼ି ବଢି ଚାଲିଥିବା ବେଳେ ଏବେ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି।

ଏବେ ଅନଲାଇନ ଜରିଆରେ ଏମାନଙ୍କ ମାଧ୍ୟମରେ ଖାଦ୍ୟ ମଗାଉଥିବା ଉପଭୋକ୍ତା ମାନଙ୍କର ଅଭିଯୋଗର ସମାଧାନ ପାଇଁ ଏମାନେ କି ବ୍ୟବସ୍ଥା ରଖିଛନ୍ତି? ଏହି ବ୍ୟବସ୍ଥା କିପରି କାର୍ଯ୍ୟ କରୁଛି? ଏବଂ ଏହି ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଆଗାମୀ ୧୫ ଦିନ ମଧ୍ୟରେ ଏକ ପ୍ରସ୍ତାବ ଦାଖଲ କରିବାକୁ ସରକାର ସୋମବାର ସ୍ୱିଗି ଏବଂ ଜୋମାଟୋ ପରି ଅନଲାଇନ୍‌ ଖାଦ୍ୟ ବ୍ୟବସାୟ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।