ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି। ଏହା ସହିତ ୪୦ଂ ଉପରେ ୧୧ ସହର। ତେବେ ଅନୁଗୁଳ ଓ ସୁବର୍ଣ୍ଣପୁରରେ ୪୨.୧ ଡିଗ୍ରି ଲେଖାଏଁ ଥିବା ବେଳେ ଝାରସୁଗୁଡ଼ାରେ ୪୧.୪, ସମ୍ବଲପୁର ଓ ତାଳଚେରରେ ୪୧, ହୀରାକୁଦରେ ୪୦.୫, ନୟାଗଡ଼ରେ ୪୦.୪, ବଲାଙ୍ଗୀରରେ ୪୦.୨, ଖୋର୍ଦ୍ଧା ଓ ଟିଟିଲାଗଡ଼ରେ ୪୦ ଡିଗ୍ରି ଲେଖାଏଁ ରହିଥିଲା। ଅଧିକାଂଶ ସହରର ତାପମାତ୍ରା ୩୭ରୁ ୩୯ ଡିଗ୍ରି ମଧ୍ୟରେ ରହିଥିଲା।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ। ୧୯ ଓ ୨୦ ତାରିଖ ବେଳକୁ ବଲାଙ୍ଗୀର, ଟିଟିଲାଗଡ଼, ଝାରସୁଗୁଡ଼ା, ସମ୍ବଲପୁର ପରି ସହରର ତାପମାତ୍ରା ୪୪ ଡିଗ୍ରି ଛୁଇଁପାରେ। ଏହି ସମୟରେ ଉପକୂଳ ଓଡ଼ିଶାରେ ପାରଦ ୪୨ ଡିଗ୍ରି ପହଞ୍ଚିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗିରହିବ। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଅଧିକ ରହିବ।
