ଅସମ୍ଭବକୁ ସମ୍ଭବ କରାଯାଇଛି; ନୀତିନ ଗଡ଼କରୀଙ୍କ ହାଇଡ୍ରୋଜେନ କାରରେ ଦିଲ୍ଲୀ ବୁଲିଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ସବୁଜ ହାଇଡ୍ରୋଜେନ କାର ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି । ଏହି କାରର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏହି କାରଟି ପେଟ୍ରୋଲ, ଡିଜେଲ ଉପରେ ନୁହେଁ ବରଂ ଭବିଷ୍ୟତର ଇନ୍ଧନ ବୋଲି ବିବେଚନା କରାଯାଉଥିବାର ହାଇଡ୍ରୋଜେନରେ ଏହି କାରଟି ଚାଲିଥାଏ । ଏହା ମଧ୍ୟରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏହି କାରଟିକୁ ଚଳାଇବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି ।

ତେବେ ହାଇଡ୍ରୋଜେନ କାରକୁ ପ୍ରଶଂସା କରି ସେ କହିଛନ୍ତି ଯେ ସବୁଜ ହାଇଡ୍ରୋଜେନରେ ଚାଲୁଥିବା କାର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ତଥା ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଜି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି । ଏହା ପରିବହନ କ୍ଷେତ୍ରରେ ଏକ ବଡ ବିପ୍ଳବ ଆଣିବ ବୋଲି ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରଶାଦ ମୌର୍ଯ୍ୟ କହିଛନ୍ତି ।
ଗ୍ରୀନ୍ ହାଇଡ୍ରୋଜେନ୍ କାର୍ କ’ଣ ?
ନିକଟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ସବୁଜ ହାଇଡ୍ରୋଜେନ କାରରେ ସଂସଦରେ ପହଞ୍ଚିଥିଲେ। ଗଡକରୀ କହିଥିଲେ ଯେ ହାଇଡ୍ରୋଜେନ ସମ୍ବନ୍ଧରେ ସରକାର ଏକ ବଡ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । ଯାହା ଅଧୀନରେ ଗଡକରୀ ଭାରତର ପ୍ରଥମ ହାଇଡ୍ରୋଜେନ ଆଧାରିତ ଉନ୍ନତ ଇନ୍ଧନ ସେଲ ବୈଦ୍ୟୁତିକ ଯାନ ଟୟୋଟା ମିରାଇ ଲଞ୍ଚ କରିଛି। ବୈଦ୍ୟୁତିକ ଯାନ ତୁଳନାରେ ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ବ୍ୟାଟେରୀ ଚାଳିତ ଯାନ ତୁଳନାରେ ଏହାକୁ ଖୁବ୍ କମ୍ ସମୟ ମଧ୍ୟରେ ଇନ୍ଧନ କରାଯାଇପାରିବ । ଏହି କାର ଚଳାଇବା ପାଇଁ କିଲୋମିଟର ପିଛା ୨ ଟଙ୍କା ଖର୍ଚ୍ଚ ହେବ ବୋଲି କମ୍ପାନୀ ଦାବି କରିଛି ।

Related Posts