
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଅମଫେଡ ଛକ ନିକଟରୁ ଏକ ଆହତ ହରିଣକୁ ଉଦ୍ଧାର କରାଯାଇଛି । ହରିଣଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିସନରେଟର ପିସିଆର ଟିମ ଉଦ୍ଧାର କରିଛି। ସେପଟେ ଅଜଣା ଗାଡ଼ି ଧକ୍କାରେ ହରିଣର ଗୋଡ଼ ଭାଙ୍ଗି ଯାଇଥିବା ବେଳେ, ହରିଣର ଶିଙ୍ଗରେ ମଧ୍ୟ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗର ଟିମ ପହଞ୍ଚି ହରିଣର ଚିକିତ୍ସା କରାଇଛନ୍ତି। ହରିଣର ଗୋଡ଼ଟି ଭାଙ୍ଗି ଯାଇଥିବାରୁ ତାକୁ ଠିକ ହେବା ପାଇଁ ୨୧ ଦିନ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି। ସେଠାରେ ଥିବା ଆର୍ପିଏଫ ସିକ୍ୟୁରିଟି ସ୍ବେଚ୍ଛାସେବୀ ଏବଂ ୨୦ ନମ୍ବର ପିସିଆର କର୍ମଚାରୀମାନେ ହରିଣର ପ୍ରାଥମିକ ଚିକିତ୍ସା କରିବା ସହ ବନ ବିଭାଗ କର୍ମଚାରୀଙ୍କୁ ଡାକି ଅଧିକ ଚିକିତ୍ସା ପାଇଁ ଆହତ ହରିଣକୁ ହସ୍ତାନ୍ତର କରିଥିଲେ।