ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ ହେଲେ ଡକ୍ଟର ସବିତା ସୁଆର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ ହେଲେ ଡକ୍ଟର ସବିତା ସୁଆର । ବହୁ କଳ୍ପନାଜଳ୍ପନାର ଅନ୍ତ ଘଟି ବ୍ରହ୍ମପୁରର ବିଜେପି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶା ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ବିଜେପି କଟକର ମେୟର ପ୍ରାର୍ଥୀ ଭାବେ ଅଭିନେତା ତଥା ଦଳୀୟ ନେତା ଶ୍ରୀତମ ଦାସଙ୍କୁ ପ୍ରାର୍ଥୀ କରିବା ପରେ ସନ୍ଧ୍ୟାରେ ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି। ଦଳ ଡକ୍ଟର ସବିତା ସୁଆରଙ୍କୁ ପ୍ରାର୍ଥୀ କରିଛି।

ବିଜେପି ରାଜ୍ୟ ସଭାପତିଙ୍କ ଅନୁମୋଦନକ୍ରମେ ନାଁ ଘୋଷଣା ହୋଇଥିବାର ସୂଚନା ମିଳିଛି । ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ସମସ୍ତଙ୍କର ନଜର ରହିଛି ପୌରନିର୍ବାଚନ ଉପରେ । ରାଜନୈତିକ ଦଳମାନେ ମଧ୍ୟ ଏନେଇ ଚଳଚଞ୍ଚଳ ହୋଇ ଉଠିଛନ୍ତି । ହାନଗର ନିଗମ ନିର୍ବାଚନକୁ ନେଇ ଶାସକ ବିଜେଡିଠୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ତରଫରୁ ମେୟର ପ୍ରାର୍ଥୀ ଘୋଷଣା ଜାରି ରହିଛି।

Related Posts