ଭୁବନେଶ୍ୱର,୧୩/୧୨ (ସତ୍ୟପାଠ ବ୍ୟୁରୋ): ପର୍ଣ୍ଣ ଫିଲ୍ମ ତିଆରି କରିବା ମାମଲାରେ ଫସିଥିବା ରାଜ କୁନ୍ଦ୍ରା, ପୁନମ ପାଣ୍ଡେ, ଶରଲିନ ଚୋପ୍ରା ଓ ଉମେଶ କାମାତଙ୍କୁ ସୁପ୍ରିମକୋର୍ଟ ଆଗୁଆ ଜାମିନ ଦେଇଛନ୍ତି। ତେବେ ଅଭିଯୁକ୍ତମାନେ ତଦନ୍ତରେ ସବୁ ପ୍ରକାରର ସହଯୋଗ କରିବେ ଓ ତଦନ୍ତକାରୀ ଅଧିକାରୀ ସେମାନଙ୍କୁ ଯେବେ ବି ହଜାର ହେବାକୁ କହିବେ, ସମସ୍ତ ଉପସ୍ଥିତ ରହିବେ ବୋଲି ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି। ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେବା ପରେ ସମସ୍ତ ଅଭିଯୁକ୍ତ ନିୟମିତ ଜାମିନ ପାଇଁ ମୁମ୍ବାଇର ଗୋଟିଏ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ କୁନ୍ଦ୍ରା, ଶେରଲିନ ଚୋପ୍ରା, ପୁନମ ପାଣ୍ଡେ ଓ ଉମେଶ ପର୍ଣ୍ଣଗ୍ରାଫି ଭିଡିଓଗୁଡ଼ିକର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ହୋଇଥିଲା। ଏମାନଙ୍କ ନାଁରେ ଏଫଆଇଆର ରୁଜୁ ମଧ୍ୟ କାରାଯାଇଇଥିଲା। ରାଜ କୁନ୍ଦ୍ରା ଓ ପୁନମ ପାଣ୍ଡେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ଜଷ୍ଟିସ କେଏମ ଯୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କରିଛନ୍ତି। ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଛନ୍ତି, ସବୁ ପକ୍ଷଙ୍କୁ ଶୁଣିବା ପରେ ଆମ ମତାମତ ହେଲା ଆବେଦନକାରୀ ମାନଙ୍କୁ ଅନ୍ତରୀଣ ଜାମିନ ମିଳିବା ଉଚିତ।”
ତେବେ ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜ କୁନ୍ଦ୍ର ପ୍ରଥମେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେବାରୁ ସେ ସୁପ୍ରିମକୋର୍ଟ ଯାଇଥିଲେ। ମହାରାଷ୍ଟ୍ର ସାଇବର ପୁଲିସ ଦାଖଲ କରିଥିବା ଚାର୍ଜସିଟରେ କହିଛି ଯେ, ରାଜ କୁନ୍ଦ୍ରା ପର୍ଣ୍ଣଗ୍ରାଫି ବିଷୟବସ୍ତୁ ତିଆରି କରୁଥିଲେ ଓ ଏହାକୁ ଓଟିଟି ପ୍ଲାଟଫର୍ମରେ ପୋଷ୍ଟ କରୁଥିଲେ।
