ନୀତିଶ କୁମାରଙ୍କ ବଡ ଘୋଷଣା; ୨୦୨୫ ନିର୍ବାଚନରେ ମହାମେଣ୍ଟର ନେତୃତ୍ୱ ନେବେ ତେଜସ୍ୱୀ ଯାଦବ

ଭୁବନେଶ୍ୱର,୧୩/୧୨ (ସତ୍ୟପାଠ ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଏକ ବଡ ଘୋଷଣା କରିଛନ୍ତି । ନୀତିଶ ଆଜି ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ତେଜସ୍ୱୀଙ୍କ ନେତୃତ୍ୱରେ ଲଢାଯିବ । ଏହାସହିତ ମହାମେଣ୍ଟର ନେତୃତ୍ୱ ତେଜସ୍ୱୀ ଯାଦବ ନେବେ ବୋଲି ନୀତିଶ ସ୍ପଷ୍ଟ କରିଛନ୍ତି । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ପଦ ଦୌଡରେ ସେ ନାହାନ୍ତି ।

ନୀତିଶ କୁମାର ଆଜି କହିଛନ୍ତି ଯେ, ସମସ୍ତଙ୍କ ସହ ମିଳିତଭାବେ ସେ ବିଜେପିକୁ ହଟାଇବାକୁ ଚାହୁଁଛନ୍ତି । ଆଜି ପାଟଣାରେ ମହାମେଣ୍ଟର ବୈଠକ ପରେ ନୀତିଶଙ୍କ ଏହି ବୟାନ ସାମ୍ନାକୁ ଆସିଥିଲା । ତେବେ କିଛି ଦିନ ପୂର୍ବରୁ ନୀତିଶ ଏନଡିଏ ମେଣ୍ଟ ଛାଡି ମହାମେଣ୍ଟରେ ସାମିଲ ହୋଇଥିଲେ । ଏହା ପରେ ବିହାର ରାଜନୀତିରେ ବଡ ପରିବର୍ତ୍ତନ ହୋଇଥିଲା । ଠିକ ସେହିପରି ନୀତିଶଙ୍କ ଏହି ଘୋଷଣା ପରେ ମଧ୍ୟ ରାଜନୀତି ସରଗରମ ହୋଇଛି ।

ମଙ୍ଗଳବାର ବିହାର ବିଧାନ ପରିଷଦରେ ମହାମେଣ୍ଟଣ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ନୀତିଶ କହିଥିଲେ, ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ତେଜସ୍ୱୀଙ୍କ ନେତୃତ୍ୱରେ ଲଢାଯିବ । ମୁଁ ପ୍ରଧାନମନ୍ତ୍ରୀ ପଦପାଇଁ ଦାବିଦାର ନୁହେଁ । ଆମେ ସମସ୍ତେ ବିଜେପିକୁ ହଟାଇବାକୁ ଚାହୁଁଛୁ । ସେହିଭଳି ମଦ ବନ୍ଦ ପ୍ରସଙ୍ଗରେ ହେଉଥିବା ରାଜନୀତିକୁ ନେଇ ସେ ନାରାଜ ହୋଇଛନ୍ତି ।

Related Posts