ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୦୦ କୋଟି କ୍ଲବରେ ସାମିଲ ହେଲା ଦ କଶ୍ମୀର ଫାଇଲ୍ସ । ରିଲିଜ୍ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ଫିଲ୍ମଟି ୧୦୦ କୋଟିରୁ ଅଧିକ ଆୟ କରିବାର ରେକର୍ଡ କରିଛି। ଫିଲ୍ମକୁ ଦେଖିବାକୁ ସିନେମା ହଲ୍ରେ ଦର୍ଶକଙ୍କ ଅସମ୍ଭବ ଭିଡ଼ ଜମୁଛି। କାଶ୍ମୀରି ପଣ୍ଡିତମାନଙ୍କୁ କରାଯାଇଥିବା ଅତ୍ୟାଚାରକୁ ଏହି ଫିଲ୍ମରେ ଦର୍ଶାଯାଇଛି । ଏହାର ନିର୍ଦ୍ଦେଶନା ବିବେକ ରଞ୍ଜନ ଅଗ୍ନି ହୋତ୍ରୀ ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁପନ ଖେର।
ତା ସହିତ ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ, ଦର୍ଶନ କୁମାର, ଚିନମୟୀ ମାଣ୍ଡଲେକର ଏବଂ ଭାଶା ସୁମ୍ବଲି ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର ୧୦୦ କୋଟି ଆୟ ସମ୍ପର୍କରେ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅଭିନେତା ଅନୁପମ ଖେର। ଅନୁପମ ଏଥିରେ ପୁସ୍କରନାଥ ପଣ୍ଡିତ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ଆୟ ସମ୍ପର୍କରେ ସୂଚନା ଦେଇ ସେ ଏକ ଫୋଟ ଶେୟାର କରିଛନ୍ତି। ଯେଉଁଥିରେ ଫିଲ୍ମ ଟି ୭ ଦିନରେ ୧୦୬.୮୦ କୋଟି ଆୟ କରିଥିବା ଲେଖାଯାଇଛି।





