ମସାଜ କରିବା ବାହାନାରେ ଜୟପୁରରେ ବିଦେଶିନୀଙ୍କୁ ଦୁଷ୍କର୍ମ; ଗିରଫ ହେଲେ ଦୁଷ୍କର୍ମକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମସାଜ କରିବା ବାହାନାରେ ଜୟପୁରରେ ବିଦେଶିନୀଙ୍କୁ ଦୁଷ୍କର୍ମ । ଏଭଳି ଅଭିଯୋଗ ଆଣିଛନ୍ତି ରାଜସ୍ଥାନ ଗସ୍ତରେ ଆସିଥିବା ଜଣେ ନେଦରଲାଣ୍ଡର ମହିଳା । ଘଟଣାଟି ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ବିଦେଶିନୀ ଜଣକ ମସାଜ୍ ପାଇଁ ଆସିଥିଲେ। ତାଙ୍କୁ ଆୟୁର୍ବେଦିକ ମସାଜ ସର୍ଭିସ ଯୋଗେଇଦେବା ବାହାନାରେ ଦୁଷ୍କର୍ମ କରାଯାଇ ଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜୟପୁର ସହରର ଏକ ହୋଟେଲରେ ଘଟିଛି। ପୁଲିସ ସୂଚନା ଅନୁଯାୟୀ, ସଂପ୍ରତି ରାଜସ୍ଥାନ ଗସ୍ତରେ ଆସିଥିବା ପୀଡିତା ନେଦରଲ୍ୟାଣ୍ଡର ମହିଳାଙ୍କୁ ଆୟୁର୍ବେଦିକ ମାଲିସ ଦେବା ବାହାନାରେ ତାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଘଟଣା ସଂପର୍କରେ ବିଦେଶିନୀ ମହିଳା ଜଣକ ସିନ୍ଧି କ୍ୟାମ୍ପ ପୁଲିସ ଷ୍ଟେସନରେ ଏକ ଅଭିଯୋଗ ଆଗତ କରିବା ପରେ ପୁଲିସ୍ ତ୍ୱରିତ୍ ବେଗରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରି ମାତ୍ର ଚାରି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରି ନେଇଥିଲା।

ଅଭିଯୁକ୍ତ ଜଣକ କେରଳର ବାସିନ୍ଦା। ସେ ଜୟପୁରର ଖଟିପୁରାରେ ମାଲିସ୍ ସେବା ପ୍ରଦାନକାରୀ ଭାବରେ କାର୍ୟ୍ୟ କରୁଥିଲା। ଏହି ଦୁଷ୍କର୍ମ ଘଟଣା ପରେ ସେ ଜୟପୁର ଛାଡ଼ି କେରଳ ପଳାୟନ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍ ତାକୁ ଗିରଫ କରି ନେଇଥିଲା। ଜୟପୁରର ଡିସିପି ୱେଷ୍ଟ ରିଚା ତୋମାର ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପୁଲିସ ଅଭିଯୁକ୍ତକୁ ଏବେ ପଚରାଉଚରା କରୁଛି। ଏଘଟଣା ସଂପର୍କରେ ଅଧିକ ଅନୁସନ୍ଧାନ ଚାଲିଛି। ଏ ଘଟଣାଟି ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts