
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ନିର୍ମାଣାଧୀନ ବିଜେପି କାର୍ଯ୍ୟାଳୟ ଉପରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଦିଲ୍ଲୀର କେଜ୍ରିଓ୍ବାଲ ସରକାର। କାର୍ଯ୍ୟନୁଷ୍ଠାନ ସ୍ବରୂପ ବିଜେପିର ନିର୍ମାଣଧୀନ କାର୍ଯ୍ୟାଳୟ ତିଆରି କାମକୁ ନା କେବଳ ବନ୍ଦ କରିଛନ୍ତି, ବଂର ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । କେଜ୍ରିଓ୍ବାଲ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦିଲ୍ଲୀର ଦିନଦୟାଲ ଉପାଧ୍ୟାୟ ମାର୍ଗ ସ୍ଥିତ ବିଜେପିର ନିର୍ମାଣଧୀନ ଅଫିସ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣର ମାତ୍ରାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ରାଜଧାନୀରେ ସମସ୍ତ ପ୍ରକାର ନିର୍ମାଣ ଏବଂ ଭଙ୍ଗା କାର୍ଯ୍ୟ ଉପରେ ରୋକ ଲଗାଇ ଦିଆଯାଇଛି। ଏହି କ୍ରମରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କ ନିର୍ଦେଶରେ ବିଜେପିର ନିର୍ମାଣଧୀନ ଅଫିସରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି। ଏହାସହ କଟକଣା ସତ୍ତ୍ୱେ କାମ ଚାଲିଥିବାରୁ ସେ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି। ଆଜି ମନ୍ତ୍ରୀ ଗୋପାଳ ରାୟ ନିଜେ ନୀରିକ୍ଷଣ କରିବାକୁ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଚଢାଉ ପୂର୍ବରୁ ନିର୍ମାଣ ସ୍ଥଳର ଗେଟ୍ରେ ‘ଭାରତୀୟ ଜନତା ପାର୍ଟି ସଭାଗାର’ ଲେଖା ହୋଇଥିଲା। ତେବେ ମନ୍ତ୍ରୀଙ୍କ ଚଢାଉ ପରେ ତୁରନ୍ତ ଏହାକୁ ଢାଙ୍କି ଦିଆଯାଇଥିବା ଦେଖିବାକୁ ମିଳିଥିଲା।
ତେବେ ଦିଲ୍ଲୀରେ ପ୍ରଦୂଷଣକୁ ଦେଖି CQAM ନିର୍ଦ୍ଦେଶରେ ଗ୍ରାପ୍ ତୃତୀୟ ପର୍ଯ୍ୟାୟ କଟକଣାକୁ ଲାଗୁ କରାଯାଇଛି। ବଢୁଥିବା ପ୍ରଦୂଷଣକୁ ଦେଖି ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ଉପରେ ରୋକ ଲଗାଇ ଦିଆଯାଇଛି। ନିର୍ମାଣ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ୫୮୬ ଟିମ୍ର ଗଠନ କରାଯାଇଛି। କେବଳ ସେତିକି ନୁହେଁ ୫୨୧ ଓ୍ବାଟର ସ୍ପିଙ୍ଗିଲ ମେସିନ୍, ୨୩୩ ଆଣ୍ଟି ସ୍ମାର୍ଟ ଗନ୍, ୧୫୦ ମୋବାଇଲ ଆଣ୍ଟି ସ୍ମଗ୍ ଗନ୍ରେ ପାଣି ଫୋପାଡିବା କାମ ଆରମ୍ଭ କରାଯାଉଛି।