ଖୋର୍ଦ୍ଧା ରେଳ ଡିଭିଜନରେ ହେବ ଗତିଶକ୍ତି ନିର୍ଦ୍ଦେଶାଳୟର ଶାଖା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୋର୍ଦ୍ଧା ରେଳ ଡିଭିଜନରେ ହେବ ଗତିଶକ୍ତି ନିର୍ଦ୍ଦେଶାଳୟର ଶାଖା । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡିକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତୀୟ ରେଳ ବୋର୍ଡରେ ଗତିଶକ୍ତି ନିର୍ଦ୍ଦେଶାଳୟ ଗଠନ କରାଯାଇଛି। ଏହି ନିର୍ଦ୍ଦେଶାଳୟର ଶାଖା ରୂପେ ଖୋର୍ଦ୍ଧା, ବିଲାସପୁର, ଦିଲ୍ଲୀ ଏବଂ ବେଙ୍ଗାଲରୁ ରେଳ ଡିଭିଜନକୁ ସାମିଲ କରାଯିବ ବୋଲି ସୁତ୍ରରୁ ଜଣାପଡିଛି।

ବିଭିନ୍ନ ଯୋଜନାଗୁଡିକର ତ୍ବରିତ କ୍ରିୟାନ୍ବୟନ ପାଇଁ ଶାଖାଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ କାର୍ୟ୍ୟ କରିବ ବୋଲି ରେଳ ମନ୍ତ୍ରାଳୟର ସୁତ୍ରରୁ ଜଣାପଡିଛି। ଗତିଶକ୍ତି ନିର୍ଦ୍ଦେଶାଳୟ ଓ ଏହାର ଶଖ‌ା ଜରିଆରେ ମହତ୍ବପୂର୍ଣ୍ଣ ଯୋଜନାଗୁଡିକର କାର୍ୟ୍ୟକୁ ଶୀଘ୍ର ଶେଷ କରାଯିବାର ଲକ୍ଷ୍ୟ ରହିଛି। ଗତିଶକ୍ତି ନିର୍ଦ୍ଦେଶାଳୟ ଗତିଶକ୍ତି ସହ ଜଡିତ ଯୋଜନା ଗୁଡିକର ଅନୁଧ୍ୟାନ କରି ସର୍ଭେ ଓ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ।

Related Posts