ବାରବାଟୀରେ ମ୍ୟାଚ୍‌ ନେଇ ସରିଲା ପ୍ରଶାସନିକ ବୈଠକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାରବାଟୀରେ ମ୍ୟାଚ୍‌ ନେଇ ସରିଲା ପ୍ରଶାସନିକ ବୈଠକ । ବୈଠକ ପରେ କ୍ରୀଡା ସଚିବ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ଣ୍ଣ କ୍ଷମତାରେ ମ୍ୟାଚ୍ ଦେଖି ପାରିବେ ଦର୍ଶକ । ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ମଧ୍ୟ ସୂଚନା ଦେଇଛନ୍ତି । ମ୍ୟାଚ୍ ପାଇଁ ପର୍ୟ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ହେବ ।: ଖେଳାଳି ମାନେ ଜୁନ ୧୦ ରେ ପହଞ୍ଚିବେ । ଖେଳାଳି ମାନଙ୍କ ଆସିବା ଠାରୁ ଯିବା ପର୍ୟ୍ୟନ୍ତ ପର୍ୟ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ହେବ ବୋଲି କମିଶନର୍‌ କହିଛନ୍ତି । ଟିକେଟ ବିକ୍ରି ପାଇଁ ବିଶେଷ ବ୍ୟବସ୍ଥା ହେବ । ବାରବାଟୀ ପରିସରରେ ମଧ୍ୟ ପୋଲିସ ବିଶେଷ ଦାୟୀତ୍ବ ନିଭେଇବ ।

ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ହୋଇଛି । ପାର୍କିଂ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହେବ । ଟିକେଟ କଳାବଜାରୀ ରୋକିବାକୁ ବିଶେଷ ବ୍ୟବସ୍ଥା ହେବ ବୋଲି ସିପି କହିଛନ୍ତି । ଅନଲାଇନରେ ଜୁନ ୧ ରୁ ଟିକେଟ ବିକ୍ରି ହେବ । ୯ ତାରିଖରୁ କାଉଣ୍ଟର ଟିକେଟ ବିକ୍ରି ହେବ ବୋଲି ଓସିଏ ସମ୍ପାଦକ କହିଛନ୍ତି । ଗ୍ୟାଲେରୀ ଦର ବଢ଼ିବ ନାହିଁ । ଏଲଇଡି ଫ୍ଲଡ ଲାଇଟରେ ଏହା ପ୍ରଥମ ମ୍ୟାଚ ହେବ । ବର୍ଷା ହେଲେବି ମ୍ୟାଚ୍ ପ୍ରଭାବିତ ନହେବା ପାଇଁ ସ୍ୟାଣ୍ଡ ବେସଡ୍ ଗ୍ରାଉଣ୍ଡର ବ୍ୟବସ୍ଥା ହୋଇଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

Related Posts