ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜ୍ଞାନବାପୀ ମସଜିଦ ମାମଲାରେ ବାରାଣାସୀ କୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ ନିଜର ରାୟ ଦେଇଛନ୍ତି । ଏହା ସହିତ ଅଞ୍ଜୁମନ ଇନ୍ତେଜାମିଆ କମିଟିର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଶୃଙ୍ଗାର ଗୌରୀରେ ପୂଜାପାଠ କରିବାର ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି ଯୋଗ୍ୟ ବୋଲି ବିବେଚନା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଜ୍ଞାନବାପୀ ପରିସରରେ ଥିବା ଶୃଙ୍ଗାରଗୌରୀ ସମେତ ଅନ୍ୟ ଧାର୍ମିକ ସ୍ଥାନରେ ନିୟମିତ ପୂଜାପାଠ କରିବାକୁ ଅନୁମତି ମାଗିଥିଲେ ହିନ୍ଦୁ ପକ୍ଷ । ଏଥି ସହିତ ମୁସଲିମ ପକ୍ଷ ଏହି ମାମଲାକୁ ଖାରଜ କରିବାକୁ ଦାବି କରି କୋର୍ଟରେ ଏହା ଶୁଣାଣିଯୋଗ୍ୟ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ । ଅଦାଲତଙ୍କ ନିଷ୍ପତ୍ତି ଅନୁସାରେ ସିଭିଲ୍ ପ୍ରକ୍ରିୟା ସଂହିତାର ଆଦେଶ ୦୭ ନିୟମ ୧୧ ଅନୁଯାୟୀ ଏହି ମାମଲାର ଶୁଣାଣି ହୋଇପାରିବ।