ଶୃଙ୍ଗାର ଗୌରୀ ଓ ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷ ପାଇଁ ଲଢୁଥିବା ଓକିଲଙ୍କ ନିଧନ

ନୂଆଦିଲ୍ଲୀ : ଆଖି ବୁଜିଲେ ଶୃଙ୍ଗାର ଗୌରୀ ଓ ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷ ପାଇଁ ଲଢୁଥିବା ଓକିଲ । ଅଧିବକ୍ତା ଅଭୟ ନାଥ ଯାଦବଙ୍କ ପରଲୋକ ଘଟିଛି । ରବିବାର ବିଳମ୍ବିତ ରାତ୍ରରେ ହୃଦଘାତ ଯୋଗୁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଶୃଙ୍ଗାର ଗୌରୀ ଓ ଜ୍ଞାନବାପୀ ମାମଲାରେ ସମସ୍ତ ପକ୍ଷ ମଧ୍ୟରେ ବିତର୍କ ଶେଷ ହୋଇଛି । ଏବେ ଅଗଷ୍ଟ ୪ ତାରିଖରେ ମୁସିଲମ ପକ୍ଷଙ୍କ ତରଫରୁ କୋର୍ଟରେ ଉତ୍ତର ରଖାଯାଇଥିଲା । ଏଥିରେ ଆଇନଜୀବୀ ଅଭୟ ନାଥ ଯାଦବ ବଡ ଭୂମିକା ଗ୍ରହଣ କରିଥାନ୍ତେ ।

ଏହି ମାମଲାରେ ହିନ୍ଦୁ ପକ୍ଷ ତରଫରୁ ହରିଶଙ୍କର ଜୈନ ଓ ବିଷ୍ଣୁ ଶଙ୍କର ଜୈନ ପକ୍ଷ ରଖୁଛନ୍ତି । ଉଭୟ ପକ୍ଷର ଅଭିଯୋଗର ଶୁଣାଣି ଜାରି ରହିଛି । ବାରଣାସୀରେ ଜିଲ୍ଲା ବିଚାରପତି ଏକେ ବିଶ୍ୱେସଙ୍କ ଅଦାଲତରେ ମାମଲାର ଶୁଣାଣି ଚାଲିଛି ।

ସୁପ୍ରିମକୋର୍ଟରେ ଅକ୍ଟୋବରେ ଶୁଣାଣି

ଏହି ମାମଲାରେ ସୁପ୍ରିମକୋର୍ଟରେ ଅକ୍ଟୋବରରୁ ଶୁଣାଣି ହେବ । କୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ, ଏବେ ମାମଲା ତଳ କୋର୍ଟରେ ବିଚାରାଧିନ ରହିଛି । ତେଣୁ ସେମାନେ ଶୁଣାଣି କରିବେ ନାହିଁ । ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ନରସିହ୍ମାଙ୍କ ପୀଠ ମାମଲାର ଶୁଣାଣି କରିବେ ।

ଏହା ରହିଛି ମାମଲା

ସୂଚନାଯୋଗ୍ୟ, ଜ୍ଞାନବାପୀ ମସଜିଦ ମଧ୍ୟରେ ଏକ ପୁରାତନ ହିନ୍ଦୁ କୀର୍ତ୍ତିରାଜି ମିଳିଥିଲା । ଯାହାପରେ ହିନ୍ଦୁ ପକ୍ଷ ଏହା ଶିବଲିଙ୍ଗ ବୋଲି କହିଥିଲେ । ମାମଲା କୋର୍ଟ ଯାଏଁ ଚାଲିଥିଲା । ଯାହାର ଶୁଣାଣି ଜାରି ରହିଛି ।

Related Posts