ପିଲାଙ୍କ ଟୀକାକରଣ ପାଇଁ ମା ଏବଂ ପିତାଙ୍କୁ ପାଖକୁ ଯିବ ମେସେଜ

ଚଣ୍ଡୀଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ନୂତନ ସୁବିଧା ଆରମ୍ଭ କରିଛନ୍ତି। ଅନେକ ସମୟରେ ଘରେ ଛୁଆଟିକୁ କେତେବେଳେ ଟିକା ଦିଆଯିବ ସେହି କଥା ଅଧିକାଂଶ ଅଭିଭାବକ ଭୁଲିଯାଇଥାନ୍ତି | କେଉଁ ସମୟରେ କେଉଁ ଟିକା ଓ କେତେ ବ୍ୟବଧାନରେ ଟିକା ଦିଆଯିବ ସେକଥା ଅଧିକାଂଶ ବାପା-ମାଙ୍କର ମନେ ନଥାଏ | ତେବେ ଏହିଭଳିସମୟରେ ମାନ ସରକାର ଏକ ନୂତନ ସୁବିଧା ଆରମ୍ଭ କରିଛନ୍ତି ।

ଆଜିଠାରୁ ୦ ରୁ ୫ ବର୍ଷ ବୟସର ନବଜାତ ଶିଶୁର ମା ଏବଂ ପିତାଙ୍କୁ ଟିକାକରଣ ବାବଦରେ ମେସେଜ ପଠାଯିବା ଆରମ୍ଭ ହୋଇଛି | ଅର୍ଥାତ ମୋବାଇଲ୍ ଫୋନରେ ପିଲାମାନଙ୍କ ବାପା-ମାଙ୍କୁ ଟିକାକରଣ କାର୍ଯ୍ୟସୂଚୀ ପଠାଯିବ | ମାନ ସରକାର ବିଶ୍ୱାସ କରୁଛନ୍ତି ଯେ ଏଭଳି କରିବା ଦ୍ୱାରା ପଞ୍ଜାବରେ ଛୋଟ ପିଲାମାନଙ୍କର ନିୟମିତ ଟିକାକରଣ କରାଯାଇପାରିବ |

ଏହି କାର୍ଯ୍ୟକୁ ଏକ ଅଭିଯାନ ଭାବରେ ସମ୍ପୂର୍ଣ୍ଣ କରିବାକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିକାକରଣ କାର୍ଯ୍ୟସୂଚୀ ଏବଂ ନିକଟସ୍ଥ ଟିକାଦାନ କେନ୍ଦ୍ରର ସବିଶେଷ ତଥ୍ୟ ସ୍ୱୟଂଚାଳିତ ଭାବରେ ପିଲାମାନଙ୍କର ପିତାମାତାଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ପଠାଯିବ। ଏହି ସ୍ୱୟଂଚାଳିତ ଆଲର୍ଟ ବୈଶିଷ୍ଟ୍ୟ ପଞ୍ଜାବୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ ।

Related Posts