5T ସ୍କୁଲ ରୂପାନ୍ତରିକରଣରେ ନିମ୍ନ ମାନର କାମ ଅଭିଯୋଗ ଆଣିଲେ ବିରୋଧୀ, ଜବାବ୍ ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୫/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟର ସ୍କୁଲରେ ଶିକ୍ଷକ ନାହାନ୍ତି। ଗୁଣାତ୍ମକ ଶିକ୍ଷା ମିଳୁନି। ଡ୍ରପ୍ ଆଉଟ୍‌ ହାର ବଢ଼ୁଛି। 5T ରେ ଯେଉଁ କାମ ହେଉଛି, ତାହା ବି ନିମ୍ନମାନର। ଯେଉଁଠି କାମ ହୋଇଛି, ସେଠାରେ ଟଙ୍କା ମିଳୁନି। ବାସ୍ତବରେ ସରକାରଙ୍କ ଫୋକସ୍‌ରେ ଶିକ୍ଷା ନାହିଁ। ଶୁକ୍ରବାର ଏଭଳି କହି ବିଧାନସଭାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ସେପଟେ 5T ସ୍କୁଲ୍‌ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିବା ଶାସକ ଦଳ ଯୁକ୍ତି ବାଢ଼ିଛି।

ଶୁକ୍ରବାର ବିଧାନସଭାରେ ‘ସ୍କୁଲ ରୂପାନ୍ତରିକରଣ 5T ନାମରେ, ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନା ରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟରଜ୍ୟର ଡ୍ରପ ଆଉଟ୍ ତଥ୍ୟ ଦେଇ ନିଜ ଦୋଷ ତ୍ରୁଟି କୁ ଲୁଚାଇବାକୁ ଗଣଶିକ୍ଷା ମନ୍ତ୍ରୀ ଚେଷ୍ଟା କରିଛନ୍ତି। 5T ସ୍କୁଲ ର ଜନକ କିଏ ? ବୋଲି ସେ ପ୍ରଶ୍ନ କରିଛନ୍ତି। କାହିଁକି କେବଳ ହାଇସ୍କୁଲ ଗୁଡ଼ିକୁ ରୂପାନ୍ତରିକରଣ ରେ ସାମିଲ କରାଯାଉଛି? ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ କୁ ସାମିଲ କରୁନାହାନ୍ତି କାହିଁକି? ୬୮୮୨ଟି ସ୍କୁଲ କୁ ରୂପାନ୍ତରରିକରଣ କରିଥିବା ମନ୍ତ୍ରୀ କହୁଛନ୍ତି। ହେଲେ ବଡ ପ୍ରଶ୍ନ ହେଲା, ରୂପାନ୍ତରିତ ସ୍କୁଲ କୁ ପ୍ରଥମେ ପିଙ୍କ୍ କଲର ଦିଆଗଲା। ପୁଣି ଏହାକୁ ଲିଭାଇ ପାକିସ୍ତାନୀ ପତାକା କଲର ଦିଆଗଲା। କଲର ପାଇଁ ଏଷ୍ଟିମେଟ କରୁଛି କିଏ? ପୂର୍ବତନ ଗଣ ଶିକ୍ଷା ସଚିବ ଅପରାଜିତା ଷଡ଼ଙ୍ଗୀ ପିଙ୍କ୍ ଶାଢ଼ୀ ୟୁନିଫର୍ମ ଲାଗୁ କରିଥିଲେ, ଯେହେତୁ ସେ ଏବେ ବିଜେପି ସାଂସଦ ସେଥିପାଇଁ ପିଙ୍କ୍ କୁ ଲିଭାଇ ପାକିସ୍ତାନୀ ପତାକା କଲର ଲଗା ଗଲା କି ବୋଲି ମୋହନ ମାଝି ପ୍ରଶ୍ନ କରିଛନ୍ତି? ବିଜେପି ବିଧାୟକ କୁସୁମ ଟେଟେ ଓ ମୁକେଶ ମହାଲିଙ୍ଗ 5T ସ୍କୁଲ ର ନିମ୍ନ ମାନର କାମ ଓ ରକ୍ଷଣାବେକ୍ଷଣ ଅଭାବ କଥା ଉଠାଇଥିଲେ।

ସେହିପରି ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଲତବୀ ଆଲୋଚନାରେ ଭାଗ ନେଇ ଶିକ୍ଷକ ଅଭାବ, ମୋ ସ୍କୁଲ ଯୋଜନା ର ବିଫଳତା, ସ୍କୁଲ ଘର ନିର୍ମାଣ ରେ ବାଟ ମାରାଣା, ନିମ୍ନ ମାନର ଫର୍ଣିଚର ବିଷୟରେ କହିଥିଲେ। 5T ନାଁ ରେ ବାହାବା ନନେଇ ଶିକ୍ଷାର ବିକାଶ କରନ୍ତୁ। ଛାତ୍ରୀଙ୍କ ପାଇଁ ଟଏଲେଟ୍ ନାହିଁ ବୋଲି କହିବା ସହିତ ବିଜେପି ବିଧାୟକ ମାନେ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ତାକୁ ସମର୍ଥନ କରିଥିଲେ ନରସିଂହ। କିନ୍ତୁ ବାରମ୍ବାର ସ୍କୁଲ ଘରେ ପାକିସ୍ତାନୀ କଲର ଦିଆଯିବ କଥା କୁ ବିରୋଧ କରିଥିଲେ। ସେ କହିଥିଲେ ପାକିସ୍ତାନୀ ରଙ୍ଗ ବୋଲି କିଛି ନାହିଁ। ତାହା ଭଲ ଲାଗୁନି ଯଦି, କେନ୍ଦ୍ର ସରକାର ସେ ରଙ୍ଗକୁ ସମ୍ପୂର୍ଣ୍ଣ ବ୍ୟାନ କରି ପାରିବେ। ଏପରି ହେଲେ ଜାତୀୟ ପତାକା ବି ବ୍ୟାନ୍ ହେଇଯିବ। RSS କାର୍ଯ୍ୟାଳୟ ରେ 52ବର୍ଷ ଧରି ଜାତୀୟ ପତାକା ଉଡ଼ି ନଥିଲା। ସବୁଜ ରଙ୍ଗ ତାଙ୍କୁ ଭଲ ଲାଗୁନି ବା ବିଜେଡ଼ି ଦଳୀୟ ପତାକା ରଙ୍ଗ ରେ ସ୍କୁଲ ଗୁଡିକୁ ରଙ୍ଗ ଦିଆଯାଉଛି ବୋଲି ବିଜେପି ସଦସ୍ୟ ମାନେ କହିପାରିବେ। ପାକିସ୍ତାନ କୁ କାହିଁକି ମଝିରେ ଆଣୁଛନ୍ତି ବୋଲି ନରସିଂହ କହିଥିଲେ।

ସେହିଭଳି ଗଣଶିକ୍ଷା ମନ୍ତ୍ରୀ ନିଜ ଉତ୍ତର ରେ କହିଛନ୍ତି ଯେ, ସ୍କୁଲ ରୂପାନ୍ତରଣ କାର୍ଯ୍ୟର ତଦାରଖ ପାଇଁ ପ୍ରତି ସ୍କୁଲ ରେ ପ୍ରକଳ୍ପ କାର୍ଯ୍ୟକାରୀ କମିଟି ଗଠନ ହୋଇଛି। ସ୍ଵଚ୍ଛତାର ସହ ସ୍ମାର୍ଟ୍ କ୍ଲାସ ରୁମ୍, ଇ ଲାଇବ୍ରେରୀ, ସାଇନ୍ସ ଲାବ, ବିଶୁଧ ପାନୀୟ ଜଳ, ଶୌଚାଳୟ, କ୍ରୀଡା ଭିତ୍ତି ଭୂମି ର ଉନ୍ନତି କରାଯାଉଛି। ଏହାସହ ବିରୋଧୀ ଙ୍କୁ ସମାଲୋଚନା କରିବାକୁ ଯାଇ ଉତ୍ତର ପ୍ରଦେଶର ବୋର୍ଡ ପରୀକ୍ଷାରେ ୭ଲକ୍ଷ ୮ହଜାର ଛାତ୍ର ଛାତ୍ରୀ ପରୀକ୍ଷା ଦେଇନାହାଁନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ସ୍ତର ରେ ଗୁଜୁରାଟ ର ଡ୍ରପ୍ ଆଉଟ୍ ହାର ୨୩.୩% ରହିଥିବା ମନ୍ତ୍ରୀ କହିଥିଲେ। ସେହିଭଳି ଓଡ଼ିଶାରେ ଚଳିତ ବର୍ଷ ୧୪ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇ ନାହାନ୍ତି। ଓଡ଼ିଶାରେ ସରକାରୀ ବିଦ୍ୟାଳୟ ରେ ୮୧% ଛାତ୍ର ଛାତ୍ରୀ ପଢୁଛନ୍ତି। ଅତିରିକ୍ତ କ୍ଲାସ ରୁମ୍ ବିଭିନ୍ନ ସ୍କୁଲ ରେ ତିଆରି କରାଯାଉଛି। ଗ୍ରୀନ କଲର ରେ ଏନର୍ଜି ଅଛି। ପାକିସ୍ତାନୀ କଲର କହିବାର ପ୍ରାସଙ୍ଗିକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Related Posts