ମୁଣ୍ଡ ଜାମିନ ରଖି ଲକ୍ଷାଧିକ ଟଙ୍କା ଦାବି କଲେ ଦୁର୍ବୃତ୍ତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଣ୍ଡ ଜାମିନ ରଖି ଲକ୍ଷାଧିକ ଟଙ୍କା ଦାବି କଲେ ଦୁର୍ବୃତ୍ତ । ତେବେ ଯୁବକଙ୍କ ମୁଣ୍ଡ ଜାମିନ ରଖି ୨ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗରେ କମିସନରେଟ ପୁଲିସ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ବକେୟା ଟଙ୍କା ଆଦାୟକୁ ନେଇ ଭୁବନେଶ୍ୱର ବଡଗଡ଼ କେନାଲ ରୋଡ଼ରୁ ଜଣେ ଯୁବକକୁ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଅପହରଣ କରିଥିଲେ।

ଦୁର୍ବୃତ୍ତମାନେ ଯୁବକଙ୍କୁ ମଞ୍ଚଶ୍ୱେର ଅଞ୍ଚଳରେ ରଖି ପରିବାର ଲୋକଙ୍କୁ ୨ ଲକ୍ଷା ଟଙ୍କା ମାଗୁଥିଲେ। ଏନେଇ ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଭାଇ-ଭଉଣୀ ଓ ପରିବାର ସଦସ୍ୟ ସାଜି ଟଙ୍କା ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ବଡଗଡ଼ ପୁଲିସ ଟଙ୍କା ଦାବି କରିଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।

Related Posts