
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ଆର୍ଥିକ ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ତେବେ ଭାରତର ସ୍ଥିତି ବି ଶ୍ରୀଲଙ୍କା ପରି ମନେ ହେଉଛି । ଲୋକମାନଙ୍କ ଧ୍ୟାନ ଅନ୍ୟଆଡ଼କୁ ଆକର୍ଷଣ କଲେ ବି ସତ ବଦଳିଯିବ ନାହିଁ ବୋଲି ସେ ଟୁଇଟ କରି ଲେଖିଛନ୍ତି । ଶ୍ରୀଲଙ୍କା ସ୍ଥିତି ସହ ତୁଳନା କରି ସେ ବେକାରି ହାର, ତେଲଦରବୃଦ୍ଧି ଓ ସାଂପ୍ରଦାୟିକ ସଂଘର୍ଷ ଦର୍ଶାଉଥିବା କେତେକ ଇନଫୋଗ୍ରାଫିକ୍ସ ଜାରି କରିଛନ୍ତି ।
ପ୍ରଥମ ଗ୍ରାଫରେ ଉଭୟ ଦେଶର ବେକାରୀ ସ୍ଥିତିକୁ ଦର୍ଶାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ଉଭୟ ଦେଶରେ ୨୦୨୦ରେ ବେକାରି ହାର ବୃଦ୍ଧି ପାଇବା ପରେ ଧୀରେ ଧୀରେ କମୁଛି । ଦ୍ବିତୀୟ ଗ୍ରାଫରେ ଉଭୟ ଦେଶରେ କିପରି ପେଟ୍ରୋଲ ଦର ବୃଦ୍ଧି ପାଉଛି, ତାହା ଦର୍ଶାଯାଇଛି । ୩ୟ ଗ୍ରାଫରେ ଦର୍ଶାଯାଇଛି ଯେ ୨୦୨୦-୨୧ପରଠାରୁ ଦୁଇ ଦେଶରେ ସାଂପ୍ରଦାୟିକ ହିଂସା ବଢିଚାଲିଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।