ମାଙ୍କଡ ନେଇଗଲା ହତ୍ୟାକାରୀ ର ପ୍ରମାଣ, କୋର୍ଟରେ ରାଜସ୍ଥାନ ପୋଲିସର ଅଜବ ବୟାନ

ଜୟପୁର: ମାଙ୍କଡ ନେଇଗଲା ହତ୍ୟାକାରୀ ର ପ୍ରମାଣ । ଅଭିଯୁକ୍ତ ହତ୍ୟାକାରୀ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ସମାସ୍ତ ପ୍ରମାଣ ପତ୍ର ଭରା ବ୍ୟାଗ ନେଇଗଲା ମାଙ୍କଡ । ପୋଲିସ ହାତରୁ ହତ୍ୟା ଅଭିଯୁକ୍ତ ବିରୋଧରେ ଥିବା ସମସ୍ତ ତଥ୍ୟ ପ୍ରମାଣ ନେଇଯାଇଛି ଏକ ମାଙ୍କଡ଼ । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଜଣେ ହତ୍ୟା ଅଭିଯୁକ୍ତ ବିରୋଧରେ କୋର୍ଟ ପ୍ରମାଣ ମାଗିବା ପରେ ରାଜସ୍ଥାନ ପୋଲିସ କୋର୍ଟଙ୍କୁ ପ୍ରମାଣ ବ୍ୟାଗ୍‌ ମାଙ୍କଡ଼ ନେଇ ଯାଇଥିବା ନେଇ ଲିଖିତ ଆକାରରେ ଉତ୍ତର ରଖିଛି । ଯାହାକୁ ନେଇ ଏବେ ଚାରିଆଡେ଼ ଚର୍ଚ୍ଚା । ପୁଲିସ ହେପାଜତରୁ ମାଙ୍କଡ଼ ନେଇ ପଳାଇଥିବା ପ୍ରମାଣ ସାମଗ୍ରୀ ମଧ୍ୟରେ ଗୋଟାଏ ଛୁରି ଥିବା କଥା ଜଣାପଡ଼ିଛି।

ରାଜସ୍ଥାନର ଚାନ୍ଦୱାଜି ଥାନା ଅଞ୍ଚଳରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ୨୦୧୬ ମସିହାରେ ଜୟପୁରର ଚାନ୍ଦୱାଜି ଅଞ୍ଚଳରେ ଶଶିକାନ୍ତ ଶର୍ମା ନାମକଙ୍କ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା । ପୋଲିସ ଏହି ମାମଲାର ଅଧିକ ଛାନଭିନ୍‌ କରି ହତ୍ୟାକାଣ୍ଡର ମୁଖ୍ୟ ଦୁଇ ଅଭିଯୁକ୍ତ ରାହୁଲ କଣ୍ଡେରା ଓ ମୋହନ ଲାଲ୍‌ କଣ୍ଡେରାଙ୍କୁ ଗିରଫ କରିଥିଲା ।

ଉଭୟ ଅଭିଯୁକ୍ତ ଚାନ୍ଦୱାଜିର ବାସିନ୍ଦା। ଦୁହିଁଙ୍କୁ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା।

ଏହି ମାମଲାର ବହୁ ତଦନ୍ତ ପରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିଲା ପୋଲିସ । ତେବେ ପୋଲିସ ମାଲଖାନାରେ ଜାଗା ନଥିବାରୁ ଏହି ପ୍ରମାଣ ବ୍ୟାଗ୍‌କୁ ପୋଲିସ ଥାନା ପରିସରରେ ଥିବା ଏକ ମୂଳେ ରଖିଥିଲା ପୋଲିସ ।

ସେବେଠାରୁ ଅଦାଲତରେ ବହୁ ପର୍ଯ୍ୟାୟ ଦେଇ ଉକ୍ତ ମାମଲାର ବିଚାର ଚାଲିଥିଲା। ନିକଟରେ ପ୍ରମାଣ ଉପସ୍ଥାପନ ନିମନ୍ତେ ଅଦାଲତ କହିବାରୁ ପୁଲିସ କହିଲା କି, ସେଗୁଡ଼ିକୁ ମାଙ୍କଡ଼ଟାଏ ଚୋରାଇ ନେଇଛି।।

ଛୁରି ବ୍ୟତିରେକେ, ଉକ୍ତ ବସ୍ତାରେ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଥିବା ଆଉ ୧୫ଟି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଥିଲା। ସେମାନେ ସଂଗ୍ରହ କରିଥିବା ପ୍ରମାଣ ଚୋରି ‌ହୋଇଯାଇଛି ବୋଲି ନିମ୍ନ ଅଦାଲତରେ ପୁଲିସ ‌ଦାଖଲ କରିଥିବା ଲିଖିତ ବିବୃତିରେ ଉଲ୍ଲେଖ କରିଛି।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଦାଲତ ପୁଲିସକୁ ନୋଟିସ ଜାରି କରିବା ପରେ ପୁଲିସ ବିଭାଗ ଥାନାର ଜଣେ ଦାୟିତ୍ବହୀନ କନେଷ୍ଟବଳଙ୍କୁ ଏଥିପାଇଁ ଦାୟୀ କରିଥିଲା। ପୁଲିସ ଆହୁରି ମଧ୍ୟ କହିଛି ଯେ, ଘଟଣା ପରେ ସେ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିଲା। ପରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ ଓ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Related Posts