ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲିଠାରୁ ସଂସଦରେ ମୌସୁମୀ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ କେନ୍ଦ୍ର ସରକାର ୨୪ଟି ବିଧେୟକ ଆଗତ କରିବାକୁ ଯୋଜନା କରିଛନ୍ତି । ମୁଖ୍ୟତଃ କ୍ୟାଣ୍ଟନମେଣ୍ଟ ବିଲ୍ ଓ ବହୁ ରାଜ୍ୟ ସମବାୟ ସମିତି ବିଲ୍ ଆଗତ କରିବାକୁ ସରକାର ଯୋଜନା କରିଛନ୍ତି। ଏହା ବ୍ୟତୀତ ଛତିଶଗଡ଼ ଓ ତାମିଲନାଡୁ ପାଇଁ ୨ଟି ସ୍ୱତନ୍ତ୍ର ବିଲ୍ ରହିଛି ।
ତଫସିଲଭୁକ୍ତ ଜାତି ଓ ଜନଜାତିରେ ଆଉ କିଛି ଜାତିକୁ ସାମିଲ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଧେୟକ ସଂସଦରେ ଉପସ୍ଥାପନ କରାଯିବ । ଏସବୁ ବାଦେ କଫି ବିଲ୍, ଏସ୍ଇଜେଡ୍ ଆକ୍ଟ-୨୦୦୫, ଜିଆଇ ଟ୍ୟାଗ୍ ବିଲ୍ ଭଳି କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଉପସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ନୂଆ ବିଲ୍ ବ୍ୟତୀତ ଆଉ ପ୍ରାୟ ୮ଟି ବିଧେୟକ ସଂସଦର ଦୁଇ ସଦନରେ ପଡ଼ି ରହିଛି ।
