ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀଙ୍କ ପ୍ରାର୍ଥୀ କିଏ ହେବେ ସେନେଇ ଆଜି ଚୁଡାନ୍ତ ନିଷ୍ପତି ହୋଇପାରେ । ତେବେ ଏନ୍‌ଡିଏ ତରଫରୁ ଗତକାଲି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

ସୂଚନା ଅନୁସାରେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଉପରେ ନିଷ୍ପତ୍ତି ନେବାକୁ ବିରୋଧୀ ଦଳର ନେତାମାନେ ଆଜି ଅପରାହ୍ନ ୩ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକ ରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଯୋଗ ଦେବାକୁ ଯାଉଛନ୍ତି। ତେବେ କଂଗ୍ରେସ ପୂର୍ବରୁ ଘୋଷଣା କରିଛି ଯେ ଉପରାଷ୍ଟ୍ରପତି ପଦବି ପାଇଁ ଦଳ କୌଣସି ପ୍ରାର୍ଥୀ ଙ୍କ ନାମ ଦେବ ନାହିଁ। ଏହି ଘୋଷଣା ପରେ ବିରୋଧୀ ମାନେ କାହାକୁ ନିଜର ପ୍ରାର୍ଥୀ ଭାବେ ସ୍ଥିର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ର ଶେଷ ତାରିଖ ଜୁଲାଇ ୧୯ ରହିଥିବା ବେଳେ ଅଗଷ୍ଟ ୬ ତାରିଖରେ ଏହି ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।