କଳାହାଣ୍ଡି ଜିଲ୍ଲାରେ ଆଦିବାସୀଙ୍କ ଘରଭଙ୍ଗା ମାମଲାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲେ ଏନ୍ଏଚ୍ଆରସି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଭଟାପାଣି ଡୁମେରପାଣି ଗାଁର ୩୪ ଆଦିବାସୀଙ୍କ ଘରଭଙ୍ଗା ମାମଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପରେ ମାମଲା NHRC ଙ୍କ ନିକଟକୁ ଯାଇଥିଲା। ବର୍ତ୍ତମାନ NHRC ଏହି ମାମଲାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ , କଳାହାଣ୍ଡି କଲେକ୍ଟର ଏବଂ ଏସପିଙ୍କୁ ନୋଟିସ ଜାରି କରି ୬ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। 

     ଘଟଣା ହେଉଛି ୩୦ ଜୁନ୍ ୨୦୨୧ ବୁଧବାର ଦିନର। କୋକସରା ବ୍ଲକ ଗତମୁଣ୍ଡା ପଞ୍ଚାୟତ  ସାହାଜ ଖୋଲ ସଂରକ୍ଷଣ ଜଙ୍ଗଲ ବେହେରା ରେଞ୍ଜ ଗତମୁଣ୍ଡା ବିଟ ଜଙ୍ଗଲ ଭିତରେ ଡୁମେରପାନି, ଭଟାପାନି  ନାମକ ଏକ ବସ୍ତି  ଆଜ କୁ ୨୫ବର୍ଷ ହେବ ପ୍ରାୟ ୩୪ପରିବାର ର ୨ଶହ ରୁ ଊର୍ଦ୍ଧ୍ବ ପରିବାର ବସତି ସ୍ଥାପନ କରିଥିଲେ। ତେବେ ସାଧାରଣ ଆଦିବାସୀ ହରିଜନ ଓ ଅନ୍ୟାନ୍ୟ ଜାତି ସମ୍ପ୍ରଦାୟର ସରଳତାର ସୁଯୋଗ ଉଠାଇ ଜଙ୍ଗଲ ବିଭାଗର କେତେକ କର୍ମଚାରୀ ଓ ଗତୋମୁଣ୍ଡା ଗ୍ରାମର ଶତାଧିକ ଲୋକ ସଙ୍ଘରୋଧ ଭାବେ ଆଦିବାସୀ ଲୋକଙ୍କୁ ଆକ୍ରମଣ କରିଥିଲେ ।

     ମାଡ଼ ମାରିବା,ଘର ଭଙ୍ଗାରୁଜା କରିବା,ମହିଳା ମାନଙ୍କ ଅଶ୍ଳୀଳ ଭାଷାରେ ଗାଳି ଦେବା ଓ ଆସବାବପତ୍ରକୁ ନଷ୍ଟ କରି ଦେଇଥିବା ନେଇ ସେମାନେ ଆମପାଣି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗର ୪ ଦିନ ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଧିରଜ କୁମାର ଚୋପଦାର ଘଟଣା ସ୍ଥଳକୁ ଯାଇ ତଦାରଖ କରିଥିଲେ। ଘଟଣାର ତଦାରଖ ପରେ ମଧ୍ୟ ଦୁର୍ବୁତ୍ତ ଓ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। 

     ଜିଲ୍ଲା ବାସୀଙ୍କ କହିବା କଥା ହେଉଛି ଯେ ସିଧାସଳଖ ଶାସକ ଦଳର ନେତାଙ୍କ ଚାପ ଯୋଗୁଁ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଇ ପାରୁ ନାହିଁ। ଏହି ଘଟଣାରେ ସମ୍ପୃକ୍ତ ଥିବା  ହେମନ୍ତ ମାଝୀ ଏକ ନିର୍ଦ୍ଧିଷ୍ଟ ଦଳର ରାଜ ନେତାଙ୍କ ଛତ୍ରଛାୟା ତଳେ ଥିବା  ଅଭିଯୋଗ ହୋଇଛି। ଯାହା ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଥିବା ଆଲୋଚନା ହେଉଛି। ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବ ପରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା। 

      ଭବାନୀପାଟଣାର ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସ କମିଶନଙ୍କ ଦ୍ୱାରସ୍ଥ ହୋଇ ଆଦିବାସୀଙ୍କ ସୁରକ୍ଷା, ଥଇଥାନ ଓ କ୍ଷତିପୂରଣ ବାବଦରେ ଅପିଲ କରିଥିଲେ। ବର୍ତ୍ତମାନ ଜାତୀୟ ମାନବାଧିକାର କମିଶନ ଏହି ମାମଲାରେ Addl Chief secretary, କଳାହାଣ୍ଡି କଲେକ୍ଟର ଏବଂ ଏସପିଙ୍କୁ ନୋଟିସ ଜାରି କରି ୬ ସପ୍ତାହ ଭିତରେ ଜବାବ ତଲବ କରିଛନ୍ତି।

Related Posts