ଦେଶରେ କମୁଛି କରୋନାର ଦୈନିକ ସଂକ୍ରମଣ: ଗତ 24 ଘଣ୍ଟା ମଧ୍ୟରେ 5,921 ନୂଆ ସଂକ୍ରମିତ ଚିହ୍ନଟ

ଏବେ ଦେଶରେ ତଳମୁହାଁ ରହିଛି କରୋନା ର ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ଦିନକୁ ଦିନ ସଂକ୍ରମଣ ହାର କମିବାକୁ ଲାଗୁଛି | କିନ୍ତୁ ମୃତ୍ୟୁ ସଂଖ୍ୟା ପାଖାପାଖି ଥିବା ଦେଖିବାକୁ ମିଳିଛି | ଗତ 24 ଘଣ୍ଟା ମଧ୍ୟରେ 6 ହଜାର ତଳକୁ ଦୈନିକ ସଂକ୍ରମଣ ହାର ଖସିଥିବା ବେଳେ, ଗତ 24 ଘଣ୍ଟା ମଧ୍ୟରେ ଦେଶରୁ 5,921 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ କମୁଥିଲେ ହେଁ କୋରୋନା ଜନିତ ମୃତ୍ୟୁସଂଖ୍ୟା ଦୁଇ ଦିନ ହେଲା ବୃଦ୍ଧି ପାଉଛି । ଦେଶରେ ଦିନକରେ ଆଉ 289 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯେହେତୁ ଦେଶରେ ଡେଲ୍‌ଟା ଭାରିଆଣ୍ଟର ଉପସ୍ଥିତି ରହିଛି ତେଣୁ ପଜିଟିଭଙ୍କ ସଂଖ୍ୟା କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବଢୁଛି ବୋଲି ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ସେହିପରି ଗତ ୨୪ ଘଣ୍ଟାରେ 11,651 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ 63,878ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ହ୍ରାସ ପାଇ 0.63%ରେ ପହଞ୍ଚିଛି । ଏହି କ୍ରମରେ ଏଯାବତ୍ ଦେଶରେ ମୋଟ 4,23,78,721 ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ମୃତ୍ୟୁସଂଖ୍ୟା 5,14,878 ରହିଛି । ଦେଶରେ ଏଯାବତ୍ 1,78,55,66,940 କୋଟି ଡୋଜ୍ ଟୀକାକରଣ କରାଯାଇଛି |

ଅନ୍ୟପରେ ରାଜ୍ୟରୁ ଆଜି 145 ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ 37 କିଶୋର କିଶୋରୀ ରହିଥିବା ବେଳେ 84 କ୍ବାରେଣ୍ଟାଇନ ସେଣ୍ଟର ଓ 61 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

Related Posts