ଭାରତ: ଦେଶରେ ଏବେ ତଳମୁହାଁ ରହିଛି କରୋନାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ଏବେ ଦେଶରେ ଦୈନିକ ପଜିଟିଭ ମାମଲା ୩ ହଜାର ତଳେ ରହୁଥିବା ବେଳେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୨,୫୦୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେହିପରି ଦିନକରେ ଦେଶରେ ୪ ହଜାର ୩୭୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ କମିବାରୁ ସକ୍ରିୟ ମାମଲା କମୁଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ ୩୬,୧୬୮ଟି ସକ୍ରିୟ ମାମଲା ରହିଛି । ଏବେ ଦୈନିକ ପଜିଟିଭ ହାର ୦.୦୮ ପ୍ରତିଶତ ଅଛି । ଏଯାବତ୍ ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୪୧ ହଜାର ୪୪୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ ୩,୧୫, ୮୭୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ଏଯାବତ୍ ୧,୭୯ , ୯୧, ୫୭, ୪୮୬ କୋଟି ଡୋଜ୍ ଟୀକାକରଣ କରାଯାଇଛି ।
