ଦାବି ପୂରଣର ପ୍ରତିଶୃତି ଦିଆଯିବା ସତ୍ତ୍ୱେ ଆଜିଠୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଡାକରା ଦେଲେ ଓଡ଼ିଶା ଡ୍ରାଇଭର ମହାସଂଘ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାର ଦାବି ପୂରଣର ପ୍ରତିଶୃତି ଦେବା ସତ୍ତ୍ୱେ ଆଜିଠୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଡାକରା ଦେଲେ ଓଡ଼ିଶା ଡ୍ରାଇଭର ମହାସଂଘ । ତେବେ ଗତକାଲି ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହ ସରକାର ଆଲୋଚନା କରିଥିଲେ। ଏହାପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଡ୍ରାଇଭର ମହାସଂଘର ଦାବି ସଂକ୍ରାନ୍ତରେ ପରିବହନ ଓ ଶ୍ରମ ବିଭାଗ ଅଧୀନରେ ଏକ କମିଟି ଗଠନ କରାଯିବ।

ଏହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ। ଆଗାମୀ ତିନି ମାସ ଭିତରେ ଦାବି ପୂରଣ ନେଇ ଉଦ୍ୟମ ହେବ। ଡ୍ରାଇଭର ମହାସଂଘକୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ କୁହାଯାଇଛି ବୋଲି ମନ୍ତ୍ରୀ କହିଥିଲେ। ସେପଟେ ବିଭିନ୍ନ ଦାବିପୂରଣ ପାଇଁ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ବିଶାଳ ରାଲିର ଆୟୋଜନ କରିଥିଲେ ।

Related Posts