CBI ତଦନ୍ତ ଦାବି କଲେ ମୃତ ଛାତ୍ରୀଙ୍କ ଅଭିଭାବକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): CBI ତଦନ୍ତ ଦାବି କଲେ ମୃତ ଛାତ୍ରୀଙ୍କ ଅଭିଭାବକ । ବିଜେବି ଛାତ୍ରୀ ଆତ୍ମହତ୍ୟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ବିଜେବି ହଷ୍ଟେଲ ୨୦୧ ନମ୍ବର ରୁମ୍‌ରୁ ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଶେଷକୃତ୍ୟ ଆଜି ତାଙ୍କ ଗାଁ କଟକ ଜିଲ୍ଲା କଖଡିରେ ସଂପନ୍ନ ହୋଇଛି। ତାଙ୍କ ମୃତ୍ୟୁଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା।

ଝିଅକୁ ନିଆଁ ଦେବା ବେଳେ ତାଙ୍କ ବାପାଙ୍କ ଆଖିର ଲୁହ କହୁଥିଲା ସନ୍ତାନ ଅଦିନରେ ଛାଡ଼ି ଚାଲିଯିବାର ଦୁଃଖ।ମୃତ ଛାତ୍ରୀଙ୍କ ବାପାମାଆ ଦୋଷୀଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି। ପରିବାର ପକ୍ଷରୁ କୁହାଯାଇଛି, ରୁଚିକା ଛୋଟ ବେଳୁ ଜଣେ ମେଧାବି ଛାତ୍ର ଥିଲେ । ତାଙ୍କର କ୍ୟାରିୟରକୁ ନେଇ ପରିବାର ଲୋକେ ଅନେକ ସ୍ୱପ୍ନ ଦେଖିଥିଲେ । ହେଲେ ସବୁକିଛି ଅଧୁରା ରହିଗଲା। ପିଲା ପାଠପଢ଼ି ଭବିଷ୍ୟତ ଗଢ଼ିବାକୁ ଯାଇଥିଲା। ହେଲେ ପିଲା ଗଢ଼ା ଶିକ୍ଷାନୁଷ୍ଠାନରେ ଏଭଳି ନିର୍ଯାତନା ଦିଆଯାଏ ଶୁଣିଲା ବେଳକୁ ଛାତି ଥରିଯାଉଛି।

Related Posts