ନୂଆଦିଲ୍ଲୀ: ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ । ଆସନ୍ତା ଜୁନ ୨୮ରେ ୟୁଏଇ ଗସ୍ତ କରିବା ନେଇ ସୂଚନା ମିଳିଛି । ବୁଧବାର ବିଦେଶ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ମନ୍ତ୍ରଣାଳୟର ବୟାନ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୬-୨୭ରେ ଜର୍ମାନୀରେ ଜି-7 ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ୟୁଏଇ ଗସ୍ତ କରିବେ । ଏହି ଗସ୍ତରେ ପିଏମ ମୋଦୀ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁ ଧାବିର ଶାସକ ଥିବା ଶେଖ ଖଲିଫା ବିନ ଜାୟେଦ ଅଲ ନହୟାନଙ୍କ ନିଧନରେ ବ୍ୟକ୍ତିଗତ ଶ୍ରଦ୍ଧାଞ୍ଜଳି ଜଣାଇବେ।
ମନ୍ତ୍ରଣାଳୟର ବୟାନ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ନିଜର ଏହି ଗସ୍ତର ୟୁଏଇର ନୂତନ ରାଷ୍ଟ୍ରପତି ଏବଂ ଆବୁ ଧାବିର ନୂଆ ଶାସକ ଶେଷ ମହମ୍ମଦ ବିନ ଜାୟଦେ ଅଲ ନହୟାନଙ୍କୁ ଶୁଭେଚ୍ଛା ଜଣାଇବେ । ଜର୍ମାନୀ ଚନସେଲର ଓଲାଫ ସ୍ଲୋଜଙ୍କ ନିମନ୍ତ୍ରଣରେ ଜି-୭ ବୈଠକରେ ସାମିଲ ହେବା ପାଇଁ ଶୋଲ୍ସ ଏମ୍ଲାଓ ଯିବେ।
ଚଳିତ ଥର ଜି-୭ ଶିଖର ସମ୍ମିଳନୀର ଆୟୋଜନ ଜର୍ମାନୀର ଅଧ୍ୟକ୍ଷତାରେ ହେବ । ଏହି ଶିଖର ସମ୍ମିଳନୀ ପାଇଁ ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗଲ, ଦକ୍ଷିଣ ଆଫ୍ରିକା ପରି ଦେଶକୁ ନିମନ୍ତ୍ରଣ ଦିଆଯାଇଛି । ସମ୍ମିଳନୀର ଦୁଇଟି ଅଧିବେଶନକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ୱୋଧିତ କରିବେ ।
