ଚଣ୍ଡିଗଡରେ ହରିୟଣାର ନୂତନ ବିଧାନସଭା ଗୃହ ନିର୍ମାଣ କୁ ପଞ୍ଜାବ କଂଗ୍ରେସ ଓ ଅକାଳି ଦଳ ର ବିରୋଧ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂ ରାଜା ୱାରିଙ୍ଗ ଶନିବାର ଦିନ ଚଣ୍ଡିଗଡ଼ରେ ହରିୟାଣା ବିଧାନସଭା ଭବନ ନିର୍ମାଣ ପାଇଁ ଜମି ଯୋଗାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ରିପୋର୍ଟକୁ ଦୃଢ଼ ବିରୋଧ କରିଛନ୍ତି। ଏହି ପଦକ୍ଷେପକୁ ସମର୍ଥନ କରୁଥିବା ପଞ୍ଜାବ ସରକାରଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି।ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ୱାରିଙ୍ଗ କହିଛନ୍ତି ଯେ ଚଣ୍ଡିଗଡ଼ କେବଳ ପଞ୍ଜାବର ଅଟେ ଏବଂ ଏହା ପଞ୍ଜାବ ର ରାଜଧାନୀ ଅଟେ। ପଞ୍ଜାବର ରାଜଧାନୀରେ ହରିୟାଣା ବିଧାନସଭା ପାଇଁ ଜମି ଯୋଗାଇବାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ଏହା ପଞ୍ଜାବ ପୁନର୍ଗଠନ ଅଧିନିୟମ ୧୯୬୬ ର ଉଲ୍ଲଂଘନ କରୁଛି ଏହି ଅଧିନିୟମ ଚଣ୍ଡିଗଡ଼ ଉପରେ ପଞ୍ଜାବର ସ୍ୱତନ୍ତ୍ର ଅଧିକାରକୁ ପ୍ରମାଣିତ କରିଛି। ୱାରିଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ ଚଣ୍ଡିଗଡ଼ ମଧ୍ୟରେ ହରିୟାଣାକୁ ଜମି ଯୋଗାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପଦକ୍ଷେପକୁ ବିରୋଧ କରିବା ପରିବର୍ତ୍ତେ ଆମ୍ ଆଦମୀ ପାର୍ଟି ସରକାର ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି ଏହାକୁ ଆମେ ଦୃଢ଼ ବିରୋଧ କରୁଛୁ। ଏହା ଚଣ୍ଡିଗଡ଼ ସହ ପଞ୍ଜାବର ଇତିହାସ ତଥା ଆମର ଆଇନଗତ ଅଧିକାର ବିଷୟରେ ସରକାରଙ୍କ ଅଜ୍ଞତାକୁ ପ୍ରକାଶ କରୁଛୁ।

ଶିରୋମଣି ଅକାଳୀ ଦଳ (SAD) ମଧ୍ୟ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କୁ କହିଛନ୍ତି । ଏକ ବିବୃତ୍ତିରେ ପୂର୍ବତନ ମନ୍ତ୍ରୀ ଡ ଦଲଜିତ ସିଂ ଖେମା କହିଛନ୍ତି ଯେ ଆମ ମୁଖ୍ୟମନ୍ତ୍ରୀ ପଞ୍ଜାବର ଅଧିକାର କୁ ଆତ୍ମସମର୍ପଣ କରିଦେବା ଆଶ୍ଚର୍ଯ୍ୟଜନକ। ପଞ୍ଜାବର ନିଜସ୍ୱ ବିଧାନସଭା ଏବଂ ହାଇକୋର୍ଟ ପୂର୍ବରୁ ରହିଛନ୍ତି। ଏହି ଅନୁଷ୍ଠାନଗୁଡ଼ିକୁ ସମର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର କୌଣସି ଆବଶ୍ୟକତା ନାହିଁ | ଏହି ଦୁଇ ଅନୁଷ୍ଠାନ ପାଇଁ ଜମି ବଣ୍ଟନ ପ୍ରକ୍ରିୟା କୁ ପ୍ରତ୍ୟାହାର କରିବାକୁ ଶିରୋମଣି ଅକାଳି ଦଳ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୁ ଅନୁରୋଧ କରିଛି।

Related Posts