ରାମ ମନ୍ଦିର ଆମ ପାଇଁ ଆସ୍ଥାର ବିଷୟ, ତେଣୁ ନିର୍ବାଚନରେ ଏନେଇ ଲାଭ କ୍ଷତିର କୌଣସି ଅର୍ଥ ନାହିଁ: ଉମା ଭାରତୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇଉଠିଛି । ସାରା ଦେଶର ନଜର ବର୍ତ୍ତମାନ ଉତ୍ତରପ୍ରଦେଶ ଉପରେ ରହିଛି । ସେପଟେ ଭାରତୀୟ ଜନତା ପାର୍ଟି ଧର୍ମକୁ ନେଇ ରାଜନୀତି କରୁଛି ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଏପରିକି ଏଥର ନିର୍ବାଚନରେ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣକୁ ନେଇ ମଧ୍ୟ ଭାରତୀୟ ଜନତା ପାର୍ଟି ଭୋଟ ମାଗୁଛି ବୋଲି ବିରୋଧୀ କହିଥିଲେ । ତେବେ ଏହି ବିଷୟରେ ଟିଭି ଚ୍ୟାନେଲଗୁଡ଼ିକରେ ପ୍ରଶ୍ନ-ଉତ୍ତର ରାଉଣ୍ଡ ମଧ୍ୟ ହୋଉଥିବାର ଦେଖିବାକୁ ମିଳିଛି । ଅନେକ ସର୍ବେକ୍ଷଣ ଏଜେନ୍ସି ଏବଂ ନ୍ୟୁଜ୍ ଚ୍ୟାନେଲ ଏହି ବିଷୟରେ ବିଭିନ୍ନ ସର୍ଭେ ଏବଂ ମତାମତ ସର୍ଭେ କରୁଛନ୍ତି । ବିଭିନ୍ନ ଲୋକଙ୍କ ଉପରେ ଭିନ୍ନ ମତ ରହିଛି । ହେଲେ ଏହା ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଆମେ ଲାଭ କିମ୍ବା କ୍ଷତି ଦେଖୁନାହୁଁ ।

ରାମ ମନ୍ଦିର ଆମ ପାଇଁ ଆସ୍ଥାର ବିଷୟ । ତେଣୁ ଲାଭ କ୍ଷତିର କୌଣସି ଅର୍ଥ ନାହିଁ । ରାମ ଆମର ଗର୍ବ ଏବଂ ସମ୍ମାନ । ଗଣମାଧ୍ୟମ ଏହାକୁ ନେଇ ଅଧିକ ଭଲ ଆକଳନ କରିପାରିବ । ୧୯୯୨ ମସିହାରୁ ଆମ ସରକାର ୟୁପିରେ ନଥିଲେ, କିନ୍ତୁ ଆମେ ପ୍ରତ୍ୟେକ ମନିଫେଷ୍ଟୋରେ ରାମ ମନ୍ଦିର ପ୍ରସଙ୍ଗକୁ ରଖୁଥିଲୁ। ମୁଁ ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବି ନାହିଁ । କିନ୍ତୁ ମୁଁ ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବି । ହେଲେ ଅନେକ ଗଣମାଧ୍ୟମରେ ଏହି କଥାକୁ ପୁରା ନକହି ମୁଁ ନିର୍ବାଚନରୁ ସନ୍ନ୍ୟାସ ନେଇଥିବାର କଥା କହିଥିଲେ । ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାର ଏକମାତ୍ର କାରଣ ହେଉଛି ମୋତେ ଗଙ୍ଗା ପଦଯାତ୍ରା କରିବାର ଥିଲା । ଯାହା ବର୍ତ୍ତମାନ ସମାପ୍ତ ହୋଇଯାଇଛି । ଯଦି ଦଳ ମୋତେ ବର୍ତ୍ତମାନ କହିବ ତାହାଲେ ମୁଁ ପୁଣିଥରେ ନିର୍ବାଚନ ଲଢ଼ିବି ବୋଲି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts