ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବାବେଳେ ସେନା ମୁଖ୍ୟ ମେଜର ଜେନେରାଲ ମନୋଜ ପାଣ୍ଡେଙ୍କ ବୟାନ ସାମ୍ନାକୁ ଆସିଛି । ତେବେ ଅଗ୍ନିପଥ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିନାହିଁ ସଠିକ୍ ସୂଚନା । ଥରେ ତାଙ୍କ ପାଖରେ ଏନେଇ ଉପଯୁକ୍ତ ସୂଚନା ପହଞ୍ଚିଗଲେ ସେମାନେ ଏହି ଯୋଜନା ଉପରେ ଭରସା କରିବା ସହ ଏହାର ଲାଭ ସମ୍ପର୍କରେ ଜାଣିପାରିବେ । ଏହାସହ ୨ଦିନ ଭିତରେ ଜଏନ ଇଣ୍ଡିଆନ ଆର୍ମି ଡଟ୍ ଏନଆଇସି ଡଟ୍ ଇନରେ ନୋଟିଫିକେସନ ଦିଆଯିବା ସହ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ।
ଏହାସହ ଆସନ୍ତା ଡିସେମ୍ବର ଶୁଦ୍ଧା ଅଗ୍ନିବୀରଙ୍କ ତାଲିମ ପ୍ରକ୍ରୀୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସେନାମୁଖ୍ୟ ମେଜର ଜେନେରାଲ ମନୋଜ ପାଣ୍ଡେ । ସେପଟେ, ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଚାଲିଛି । ଏପଟେ ଅଗ୍ନିବୀରଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆଗକୁ ବଢିବାରେ ଲାଗିଛି । ଆସନ୍ତା ଶୁକ୍ରବାର ୨୪ତାରିଖ ଦିନ ବାୟୁସେନାରେ ଅଗ୍ନିବୀରକୁ ଭର୍ତ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଭି.ଆର. ଚୌଧୁରୀ ।
