ନୋଟକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିଷ୍ପତ୍ତି: ଚେକ୍ ହେବ ନୋଟର ଫିଟନେସ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୋଟର ଫିଟନେସ କୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ଅଧିକାଂଶ ସମୟରେ ଲୋକମାନେ ପୁରୁଣା ଚିରା ଫଟା ନୋଟକୁ ନେଇ ନେଣଦେଣ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ନୋଟର ଫିଟନେସ ଚେକ୍ କରାଯିବ । ଦେଶରେ ସମସ୍ତ ବ୍ୟାଙ୍କଗୁଡ଼ିକୁ ଏନେଇ ନିର୍ଦ୍ଦେଶନାମା ଜାରି କରଯାଇଛି ।

ବ୍ୟାଙ୍କଗୁଡ଼ିକରେ ନୋଟ୍ ଗଣିବା ମେଶିନ୍ ବଦଳରେ ଏଣିକି ଫିଟନେସ୍ ଚେକ୍ ମେଶିନ ବ୍ୟବହାର କରାଯିବ । ଆଗକୁ ପ୍ରତ୍ୟେକ ମାସରେ ନୋଟର ଫିଟନେସ୍ ଚେକିଂ କରାଯିବ । ଯଦି ଆପଣଙ୍କ ପାଖରେ କିଛି ଅନଫିଟ, ରହିଛି ତେବେ ତାହାକୁ ଚେକ୍ କରିବା ପାଇଁ ଆରବିଆଇ ପକ୍ଷରୁ ୧୧ ମାନକ ସ୍ଥିର କରାଯାଇଛି ।

ଯେଉଁ ନୋଟରେ ଧୂଳିମଳି ଜମିଥିବ, ବହୁତ ପତଳା ହୋଇଯାଇଥିବ, ମଝିରୁ ଫାଟି ଯାଇଥିବ, ୮ ବର୍ଗ ମିଲିରୁ ଅଧିକ ବଡ଼ କଣା ଥିବ, ଗ୍ରାଫିକ ପରିବର୍ତ୍ତନ ହୋଇଥିବ, ସ୍ୟାହି ଦାଗ ଥିବ, କିଛି ଲେଖା ବା ଚିତ୍ର ହୋଇଥିବ, ରଙ୍ଗ ଉଡ଼ି ଯାଇଥିବ, ଟେପୁ ଲାଗିଥିବ, ସେଗୁଡ଼ିକୁ ଅନଫିଟ୍ କରି ଦିଆଯିବ । ଅନଫିଟ୍ ନୋଟଗୁଡ଼ିକୁ ମେଶିନ ସାହାଯ୍ୟରେ ଚିହ୍ନଟ କରାଯାଇ ସେଗୁଡ଼ିକୁ ମାର୍କେଟରୁ ହଟାଇ ଦିଆଯିବ ।

Related Posts