ଜମ୍ମୁ-କଶ୍ମୀରର ରେଆସି ଅଞ୍ଚଳରେ 2 ଆତଙ୍କବାଦୀ ଧରାପଡ଼ିବା ଘଟଣା: ଜଣେ ଆତଙ୍କବାଦୀ ଭାଜପାର ଆଇଟି ସେଲ୍‌ ମୁଖ୍ୟ

ଶ୍ରୀନଗର : ଜମ୍ମୁ-କଶ୍ମୀରର ରେଆସି ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀଙ୍କୁ କାବୁ କରିଥିଲେ ଗ୍ରାମବାସୀ । ତେବେ କାବୁ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଭାଜପାର ଆଇଟି ସେଲ୍‌ ମୁଖ୍ୟ ଥିଲେ ବୋଲି ଜଣାପଡ଼ିଛି। ଅଲିବ୍‌ ହୁସେନ୍‌ ଶାହାଙ୍କୁ ଗ୍ରାମବାସୀମାନେ ରବିବାର କାବୁ କରିଥିଲେ। ଅନ୍‌ଲାଇନ୍‌ ସଦସ୍ୟତା ପ୍ରଦାନ ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୃଷ୍ଠଭୂମି ଯାଞ୍ଚ କରାଯାଉ ନ ଥିବାରୁ ଏପରି ହୋଇଥିବା ଭାଜପା ପକ୍ଷରୁ କୁହାଯାଇଛି।

ଅଲିବ୍‌ ହୁସେନ୍‌ ଶାହା ହେଉଛନ୍ତି ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ଜଣେ ସକ୍ରିୟ ସଦସ୍ୟ। ଏହି ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଜଣକ ଭାଜପାର ମଧ୍ୟ ସକ୍ରିୟ ସଦସ୍ୟ। ଭାଜପା ତାଙ୍କୁ ଜମ୍ମୁ ଅଞ୍ଚଳର ଦଳୀୟ ସଂଖ୍ୟାଲଘୁ ମୋର୍ଚ୍ଚା ସୋସିଆଲ ମିଡିଆ ଇନ୍‌ଚାର୍ଜ କରିଥିଲା। ତଲିବ ହୁସେନ ଓ ତାଙ୍କର ଜଣେ ସହଯୋଗୀଙ୍କୁ ରେଆସି ଅଞ୍ଚଳରେ ଗ୍ରାମବାସୀମାନେ ଧରିଛନ୍ତି। ଉଭୟଙ୍କ ଠାରୁ ଦୁଇଟି ଏକେ ରାଇଫଲ, ଅନେକ ଗ୍ରେନେଡ୍‌ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସ୍ଥାନୀୟ ଲୋକେ ଦୁହିଁଙ୍କୁ କାବୁ କରିବା ପରେ ପୋଲିସ ଜିମା ଦେଇଛନ୍ତି ।

Related Posts