ଆଜି ଅପରାହ୍ନରେ ପ୍ରକାଶ ପାଇବ ଚଳିତ ବର୍ଷର +୨ କଳା ପରୀକ୍ଷାଫଳ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର +୨ କଳା ରେଜଲ୍ଟ । ଚଳିତ ଥର କରୋନା ମହାମାରୀ କାରଣରୁ ଖାତା ଦେଖାରେ ବିଳମ୍ବ ହୋଇଥିଲା । ଆଜି ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ପୂର୍ବରୁ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଚଳିତଥର +୨ କଳାରେ ୨ଲକ୍ଷ ୨୦ ହଜାର ୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ମହାମାରୀ କରୋନା ମଧ୍ୟରେ ପ୍ରକାଶ ପାଇବାକୁ ଯାଉଥିବା କଳା ରେଜଲ୍ଟ ପାଇଁ ଅନେକ ଛାତ୍ରଛାତ୍ରୀ ଅପେକ୍ଷା କରିଛନ୍ତି । ଅଗଷ୍ଟ ମାସ ଶେଷ ସପ୍ତାହରେ ରେଜଲ୍ଟ ବାହାରିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା ମଧ୍ୟ ଏହାକୁ ପରବର୍ତ୍ତୀ ସମୟରେ ସପ୍ଟେମ୍ୱର ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା । ଆଜି +୨ କଳା ରେଜଲ୍ଟ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଯେ, ଗତ ମାସ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ୧୯ ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା ।

Related Posts