ମାରଣା MLA ଗିରଫ

ଗିରଫ ହେଲେ ବାରିପଦା ବିଧାୟକ । ଦଫା ୨୯୪, ୩୪୧, ୩୨୩ ଏବଂ ୫୦୬ରେ ଗିରଫ ହେଲେ ବିଧାୟକ ପ୍ରକାଶ ସୋରେନ । ବାରିପଦା ଆଇଟିଡିଏ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସହଯୋଗୀ ପ୍ରଶାନ୍ତ ବେହେରା ଥାନାରେ ଅଟକ ଥିଲେ । ଏହାପରେ ବିଧାୟକ ଓ ସମର୍ଥକଙ୍କୁ ମଧ୍ୟ ଅଟକ ରଖାଯାଇଥିଲା ।

ସୂଚନା ଅନୁଯାୟୀ ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ଫୋନ କରି ଯନ୍ତ୍ରୀ ଗଣପତି ଜେନାଙ୍କୁ ଡକାଇଥିଲେ । ହେଲେ ସେ ଫିଲ୍ଡ ଡ଼ିଉଟି ରେ ଥିବାରୁ ବିଧାୟକଙ୍କୁ ଦିନବେଳା ଦେଖା କରିପାରିନଥିଲେ । ସନ୍ଧ୍ୟାରେ ଶ୍ରୀ ଜେନା କାର୍ଯ୍ୟରୁ ଫେରିବା ପରେ ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ ହାଉସକୁ ଆସିଥିଲେ । ସେଠାରେ ବିଧାୟକ ତାଙ୍କ ସମର୍ଥକଙ୍କୁ କଣ ପାଇଁ କାମ ମିଳୁନାହିଁ ବୋଲି ପଚାରିବା ସହ ଗାଳିଗୁଲଜ କରିଥିଲେ। ତାଙ୍କ ସମର୍ଥକଙ୍କୁ କାମ ଦେବା ଓ ମିଥ୍ୟା ବିଲ୍ କୁ ପାସ୍ କରିବାକୁ ଚାପ୍ ପକାଇଥିଲେ। ଏହା ନା କରିବାରୁ ହଠାତ୍ ରାଗିକରି ଖରାପ୍ ଭାଷାରେ ଗାଳି ଗୁଲଜ୍ କରିବା ସହ ଗଣପତି ଜେନାଙ୍କ ଉପରକୁ ଆକ୍ରମଣ କରିଥିଲେ ।

ସହକାରୀ ନିର୍ବାହୀ ଯନ୍ତ୍ରୀ ଜଣେ ଡାଇବେଟିସ ଓ ହାର୍ଟ ପେସେଣ୍ଟ। ତା ସତ୍ତ୍ଵେ ତାଙ୍କୁ ନିର୍ଘାତ ପିଟି ଚାଲିଥିଲେ। ଏପରିକି ବାଉଁଶରେ ତାଙ୍କୁ ପିଟିଥିବା ଅଭିଯୋଗ କରିଛନ୍ତି। ଜେନା ବାବୁ ଯେତେ କାକୁତି ମିନତୀ ହୋଇଥିଲେ ମଧ୍ୟ ତାଙ୍କୁ ଛାଡି ନଥିଲେ । ଯେତେବେଳେ ଜେନା ବାବୁଙ୍କ ଦେହ ବିଗିଡିବାରେ ଲାଗିଲା ତାଙ୍କୁ ବସେଇ ପାଣି ପିଆଇ ପୁଣି ମାଡ଼ ମାରିଥିଲେ। ପରଦିନ ସକାଳେ ୫ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇ ଜେନା ବାବୁଙ୍କୁ ରାତି ୮.୩୦ ମିନିଟ ପାଖାପାଖି ସେଠାରୁ ତାଙ୍କୁ ଛାଡି ଦେଇଥିଲେ । କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବା ସେ ପ୍ରକାଶ କରିଛନ୍ତି ।

ଅନ୍ୟ ପଟେ ବାରିପଦା ବିଧାୟକ ପ୍ରକାଶ ସୋରେନ ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାରିପଦା ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବାକୁ ନେଇ ସେ ତାଗିଦ କରିଥିବା ପ୍ରକାଶ କରିଛନ୍ତି । ଏହି ସମସ୍ତ ଘଟଣା ବିଧାନସଭାରେ ଉପସ୍ଥାପନ କରିବେ ବୋଲି ବିଧାୟକ ପ୍ରକାଶ ସୋରେନ କହିଛନ୍ତି ।

ତେବେ ସତ କିଏ କହୁଛନ୍ତି । ସହକାରୀ ଯନ୍ତ୍ରୀ ନା ବିଧାୟକ । ଯଦି ବିଧାୟକ ମାଡ ମାରିଛନ୍ତି, ତେବେ ତାଙ୍କୁ ଏପରି କ୍ଷମତା ଦେଲା କିଏ । ସେ ଲୋକ ପ୍ରତିନିଧି ହୋଇପାରନ୍ତି । ମାତ୍ର ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ମାଡ ମାରିବାକୁ ସେ ସାହାସ କଲେ କେମିତି । ଜଣେ ଲୋକ ପ୍ରତିନିଧି ଭାବ ସେ ଆଇନକୁ ନିଜ ହାତକୁ ନେଲେ କିପରି । ବିଜେପି ବିଧାୟକ ଶ୍ରୀ ସୋରେନଙ୍କ ଏପରି ଗୁଣ୍ଡା ରାଜକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ଅପରପକ୍ଷେ ସହକାରୀ ଯନ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଲୋକ ପ୍ରତିନିଧି ହିସାବରେ ସେ ସ୍ଥାନୀୟ ପ୍ରଶାସନକୁ ଲୋକଙ୍କ କାମ କରିବା ପାଇଁ କହିବା ତାଙ୍କର ଧର୍ମ । ସେଥିପାଇଁ ଲୋକେ ତାଙ୍କୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି । ତେଣୁ ତାଙ୍କ କଥାକୁ ସରକାରୀ କର୍ମଚାରୀ ବା ସ୍ଥାନୀୟ ପ୍ରଶାସନ ନୀତି ନିୟମ ମଧ୍ୟରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବା ଦରକାର । ତା ଅର୍ଥ ନୁହେଁ ଯେ, ବିଧାୟକ ଗୁଣ୍ଡା ଗିରି କରି କର୍ତବ୍ୟରତ କର୍ମଚାରୀଙ୍କୁ ହାତ ଉଠାଇ ମାଡ ମାରିବା, କେତେଦୂର ଯଥାର୍ଥ, ତାର ତଦନ୍ତ ହେବା ଦରକାର ।

Related Posts