
ପାଟନା(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ହେଲେ ବଜେଟ ଅଧିବେଶନର ପ୍ରଥମ ଦିନରୁ ହିଁ ବିରୋଧୀମାନେ ନୀତିଶ ସରକାରଙ୍କ ଉପରେ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ମଦ ନିଷେଧାଦେଶ ସମ୍ପର୍କରେ ବିହାରରେ ଜେଡିୟୁ-ବିଜେପି ମିଳିତ ମଞ୍ଚର ଏନଡିଏ ସରକାରକୁ ଘେରିବାକୁ ଆରଜେଡି ନେତାମାନେ ଚେଷ୍ଟା କରୁଛନ୍ତି। ଏସବୁ ମଧ୍ୟରେ ଅଧିବେଶନରେ ଯୋଗଦେବା ପାଇଁ ଆରଜେଡି ନେତା ତଥା ମହୁଆ ବିଧାନସଭା ଆସନରୁ ବିଧାୟକ ମୁକେଶ ରୋଶନ ଏକ ବ୍ୟାଟେରୀ ଚାଳିତ ହେଲିକପ୍ଟର ଧରି ପହଞ୍ଚିଥିଲେ । ସେପଟେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ହାତରେ ହେଲିକପ୍ଟର ଧରି ନୀତୀଶ ସରକାରଙ୍କ ଉପରେ ବର୍ଷୁଥିବାର ଦେଖିବାକୁ ମିଳିଛି । ଏହା ସହ ନୀତିଶ କୁମାର ଜଣେ ଚ୍ୟାୟାର କୁ ଭଲ ପାଉଥିବା ନେବା ବୋଲି କହିଛନ୍ତି । ତେଣୁ ମୋର ଏହି ହେଲିକ୍ଟରଟି ତାଙ୍କୁ ମଦ ଖୋଜିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ବିହାରରେ ମଦ ଖୋଜିବା ପାଇଁ ଡବଲ ଇଞ୍ଜିନ ହେଲିକପ୍ଟର ଅଛି ।
ଯାହା ଡବଲ ଇଞ୍ଜିନ ସରକାରରେ ନିଷିଦ୍ଧ ହୋଇଛି । ମଦ କେଉଁଠୁ ଆସୁଛି? ବିହାରରେ ଗତ ଛଅ ବର୍ଷ ଧରି ମଦ ନିଷେଧ କରାଯାଇଛି, ସର୍ବଶେଷରେ କିଏ ମଦ ବ୍ୟବସାୟ କରୁଛି? ରାଜ୍ୟକୁ ଏତେ ମଦ ଆସୁଛି କେଉଁଠି ? ଯେତେବେଳେ ଯୁବକମାନେ ଚାକିରୀ ମାଗନ୍ତି ସେତେବେଳ ସରକାର ତାଙ୍କ ଉପରକୁ ଲାଠି ଚାର୍ଜ କରିଥାନ୍ତି । ଏହା କି ପ୍ରକାର ସରକାର? ଡାକ୍ତରଖାନାରେ କୌଣସି ଡାକ୍ତର ନାହାଁନ୍ତି। ବିଦ୍ୟାଳୟରେ କୌଣସି ଶିକ୍ଷକ ନାହାଁନ୍ତି । ଗତ ୧୭ ବର୍ଷ ଧରି ନୀତୀଶ ଜି ମୁଖ୍ୟମନ୍ତ୍ରୀ କୁର୍ସି କୁମାର ଜୀ ଭାବରେ ବସିଛନ୍ତି। ସମଗ୍ର ବିହାରରେ ବର୍ତ୍ତମାନ ହାହାକାର ସୃଷ୍ଟି ହୋଇଛି ବୋଲି ଆରଜେଡି ନେତା କହିଛନ୍ତି ।