ଗିରଫ ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇଲା ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗିରଫ ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇଲା ପୁଲିସ । ତେବେ ଜଣେ ହୋମ୍ଗାର୍ଡଙ୍କୁ ମାରପିଟ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଥିଲେ । ବାଲେଶ୍ୱର ଜିଲ୍ଲାରେ ଏମିତି ଏକ ଘଟଣା ଘଟିଥିବା ବେଳେ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡିଏସ୍ପି ଘଟଣାର ଯାଞ୍ଚ କରିବା ସହିତ ଉକ୍ତ ସାମ୍ବାଦିକଙ୍କ ଗୋଡ଼ରୁ ବେଡ଼ି ଖୋଲି ଦେଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି ନୀଳଗିରି ଏସ୍ଡିପିଓ କହିଛନ୍ତି।
ଗିରଫ ସାମ୍ବାଦିକଙ୍କ ନାଁ ଲୋକନାଥ ଦଳେଇ। ଗତକାଲି ତାଙ୍କୁ ନୀଳଗିରି ପୁଲିସ୍ ଗିରଫ କରିଥିଲା। ଅସୁସ୍ଥ ଅନୁଭବ କରିବାକୁ ପୁଲିସ୍ ତାଙ୍କୁ ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ଆଜି ସକାଳେ ତାଙ୍କୁ ଜଗିଥିବା ପୁଲିସ୍ କର୍ମଚାରୀମାନେ ତାଙ୍କ ଗୋଡ଼ରେ ବେଡ଼ି (ହ୍ୟାଣ୍ଡକଫର ଗୋଟିଏ ପଟକୁ ତାଙ୍କ ଗୋଡ଼ରେ ପକାଇ ଅନ୍ୟ ପଟକୁ ମେଡିକାଲ୍ର ଏକ ବେଡ୍ରେ ବାନ୍ଧି ଦେଇଥିଲେ) ପକାଇ ଦେଇଥିଲେ। ଯେଉଁ ପୁଲିସ୍ କର୍ମଚାରୀମାନେ ତାଙ୍କ ଗୋଡ଼ରେ ହ୍ୟାଣ୍ଡକଫ୍ ପକାଇଥିଲେ ଲୋକନାଥ ସେମାନଙ୍କୁ ପଚାରିଥିଲେ ଯେ କାହା ନିର୍ଦ୍ଦେଶରେ ସେମାନେ ଏପରି କରୁଛନ୍ତି।

ସେମାନେ ପ୍ରଥମେ ବଡ଼ ସାର୍ କହିଛନ୍ତି ବୋଲି କହିଥିଲେ। ପରେ ନୀଳଗିରି ଆଇଆଇସି ମ୍ୟାଡାମ୍ଙ୍କ ନିର୍ଦ୍ଦେଶରେ ଏପରି କରିଥିବା ସେମାନେ କହିଥିଲେ। ଅନ୍ୟପକ୍ଷରେ ନୀଳଗିରି ଏସ୍ଡିପିଓ କହିଛନ୍ତି ଯେ ଉପର ସ୍ତରରୁ ଏମିତି କୌଣସି ନିର୍ଦ୍ଦେଶ ଆସି ନଥିଲା। ସେହିପରି ନୀଳଗିରି ଆଇଆଇସି କହିଛନ୍ତି ଯେ ତାଙ୍କ ପକ୍ଷରୁ ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ସେପଟେ ଗିରଫ ସାମ୍ବାଦିକ ଲୋକନାଥ ଦଳେଇ କହିଛନ୍ତି, ଗତ ୫ ତାରିଖ ଦିନ ପ୍ରାୟ ୧୧ଟା ବେଳେ ମୁଁ ବଜାରକୁ ଶାଗ କିଣିବାକୁ ଯାଇଥିଲେ। ମୁଁ ଗାଡ଼ି ରଖି ଶାଗ କିଣୁଥିବା ବେଳେ ଜଣେ ହୋମଗାର୍ଡ ଭାରସାମ୍ୟ ହରାଇ ଆସି ମୋ ଗାଡ଼ିକୁ ଧକ୍କା ଦେଇଥିଲେ। ଏଥିରେ ମୋ ଗାଡ଼ି କ୍ଷତିଗ୍ରସ୍ତ ହେଲା। ଏହା ପରେ ମୁଁ ଦୌଡ଼ି ଯାଇ ତାଙ୍କ ହେଲ୍ମେଟ୍ ଛଡ଼ାଇ ଆଣିଥିଲି ଓ ଗାଡ଼ି ସଜ କରି ଦେଇ ହେଲ୍ମେଟ୍ ନେଇ ଯିବେ ବୋଲି କହିଥିଲି। ମୁଁ ଜାଣି ନଥିଲି ସେ ଜଣେ ହୋମଗାର୍ଡ। ଏହି ସମୟରେ ପାଖରେ ଥିବା ଜଣେ ଦୋକାନୀ ଆସି କହିଥିଲେ, ବୁଢ଼ା ଲୋକଟିକୁ କାହିଁକି ହଇରାଣ କରୁଛ। ହେଲ୍ମେଟ୍ ଫେରାଇ ଦିଅ। ସେତେବେଳେକୁ ସେ (ହୋମଗାର୍ଡ) ଗୋଟାମୋଟା ଥରୁ ଥିଲେ।

ତେଣୁ ମୁଁ ହେଲ୍ମେଟ୍ ଫେରାଇ ଦେଇଥିଲି। କଥା ସେଇଠି ସରିଥିଲା।ସେ ଆହୁରି କହିଛନ୍ତି, ମୋ ନାଁରେ ଏହି ଘଟଣାକୁ ନେଇ ମାମଲା ରୁଜୁ ହୋଇଥିବା ଗତକାଲି ଜାଣିବାକୁ ପାଇଲି। ଏନେଇ ରାତି ୧୧ଟାରେ ନୀଳଗିରି ଥାନା ଅଧିକାରୀଙ୍କୁ ଫୋନ୍ କରିଥିଲି ଓ ଘଟଣା ସଂପର୍କରେ ପଚାରିଥିଲି। ମୁଁ ହୋମଗାର୍ଡଙ୍କୁ ମାଡ଼ ମାରିଥିବା ସେ କହିଥିଲେ। ଏହା ପରେ ମୁଁ ଥାନାକୁ ଯାଇଥିଲି। ଥାନାରେ ପୁଲିସ୍ ମୋ ଠାରୁ ମୋବାଇଲ୍ ନେଇଯିବା ସହିତ ମୋତେ ଗିରଫ କରିଥିଲା। ଏହି ଘଟଣାକୁ ନେଇ ସାମ୍ବାଦିକମହଲରେ ତୀବ୍ର ପ୍ରକାଶ ପାଇଥିବା ବେଳେ ଘଟଣା ସଂପର୍କରେ ପୂରା ତଥ୍ୟ ସଂଗ୍ରହ କରିବା ପରେ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ବାଲେଶ୍ୱର ଏସ୍ପି। ବେଡ଼ି ପକାଇଥିବା ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ହେଉଛି। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts