ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀ ଇଡିରେ ହାଜର ହୋଇଛନ୍ତି । ସେପଟେ କଂଗ୍ରେସ ଦଳର ବିଧାୟକ ଏବଂ ବିଭିନ୍ନ ରାଜ୍ୟର ସାଂସଦମାନେ ଏଆଇସିସି ମୁଖ୍ୟାଳୟରୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ‘ସତ୍ୟଗ୍ରାହ’ ପଦଯାତ୍ରା ପାଇଁ ଦିଲ୍ଲୀ ଆସିଥିବାର ଦେଖିବାକୁ ମିଳିଛି । ଏହାପୂର୍ବରୁ କଂଗ୍ରେସ ସମର୍ଥକମାନେ ରାହୁଲଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଅନ୍ୟପଟେ
ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟାରେ ଦଳର ନେତା ଓ ସମର୍ଥକ ଏକାଠି ହୋଇଛନ୍ତି। ରାହୁଲଙ୍କ ସମର୍ଥକମାନେ ପ୍ଲାକାର୍ଡ ଧରିଥିବାର ଦେଖାଯାଇଥିଲା ଯେଉଁଥିରେ ସତ୍ୟମେବ ଜୟତେ ଲେଖାଯାଇଛି। ଏହା ସହିତ ବନ୍ଦେ ମାତରମ୍ ସ୍ଲୋଗାନ ମଧ୍ୟ କଂଗ୍ରେସ ନେତା ଦେଇଛନ୍ତି।
କଂଗ୍ରେସ କର୍ମୀ କହିଛନ୍ତି ଯେ ଶାସକ ସରକାର ରାବଣର ଭୂମିକା ଗ୍ରହଣ କରୁଛନ୍ତି। ଆମେ ସେମାନଙ୍କୁ କହିବାକୁ ଚାହୁଁଛୁ ଯେ ରାହୁଲ ଗାନ୍ଧୀ ଆମର ରାମ ଏବଂ ଆମେ ତାଙ୍କ ପାଇଁ ସମର୍ପିତ। ରାହୁଲ ଗାନ୍ଧୀ ଇଡି କାର୍ଯ୍ୟାଳୟ ଛାଡିବା ପର୍ଯ୍ୟନ୍ତ ଆମେ ଆମର ବିରୋଧ ଜାରି ରଖିବୁ ବୋଲି କର୍ମୀ କହିଛନ୍ତି।
