ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡ୍ରିଂ କେସରେ ସିଲ୍ କଲା ନ୍ୟାସନାଲ ହେରାଲ୍ଡ ଅଫିସ୍। ଏହା ପୂର୍ବରୁ ଯାଞ୍ଚ ଏଜେନ୍ସି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବର୍ତ୍ତମାନର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମାରାଥନ ଜେରା କରିଥିଲା ବେଳେ ଆଜି ଇଡି ପକ୍ଷରୁ ଅଫିସ୍ କୁ ସିଲ୍ କରସଯାଇଛି । ଇଡି ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଏଜେନ୍ସିର ବିନା ଅନୁମତିରେ ଅଫିସ୍ ଖୋଲାଯାଇ ପାରିବ ନାହିଁ। ଏଥିସହ କଂଗ୍ରେସ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ କେସରେ ଇଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟର ୧୪ ଠିକଣାରେ ଇଡି ଅଧିକାରୀ ଚଢାଉ କରିଛି। ଏହି କ୍ରମରେ ବୁଧବାର ଏଜେନ୍ସିର ଅଧିକାରୀ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟ ସିଲ୍ କରିଛନ୍ତି। ବିନା ଅନୁମତିରେ କାର୍ଯ୍ୟାଳୟ ଖୋଲାଯାଇ ପାରିବ ନାହିଁ ବୋଲି ଇଡି ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ସତର୍କତାମୂଳକ କଂଗ୍ରେସ ମୁଖ୍ୟାଳୟରେ ସୁରକ୍ଷା ବଢାଇ ଦିଆଯାଇଛି। କଂଗ୍ରେସ କାର୍ଯ୍ୟାଳୟ ବାହାର ରାସ୍ତାକୁ ସିଲ୍ କରାଯାଇଛି। ପୋଲିସ୍‌ ଅନୁମାନ କରୁଛି ଯେ, ଦପ୍ତର ସିଲ୍ ହେବା ପରେ କଂଗ୍ରେସ ନେତା ସଡକରେ ଉଗ୍ର ପ୍ରଦର୍ଶନ କରିପାରେ।